ଥମୁନି କାଳୀ ପୋଷ୍ଟର ବିବାଦ: ଲୀନା ମଣିମେକଲାଇଙ୍କ ସମେତ ୬ ଜଣଙ୍କୁ ସମନ ପଠାଇଲେ ଦିଲ୍ଲୀ କୋର୍ଟ

ଥମୁନି ‘କାଳୀ’ ଫିଲ୍ମ ବିବାଦ। ଏହାକୁ ନେଇ ତୀବ୍ର ବିରୋଧ ହେବା ପରେ ମାମଲା ଥାନା ପରେ ଏବେ କୋର୍ଟରେ ପହଞ୍ଚିଛି। ଘଟଣାରେ ଦିଲ୍ଲୀର ଏକ କୋର୍ଟ ଏହାରି ନିର୍ଦ୍ଦେଶିକା ଲୀନା ମଣିମେକଲାଇଙ୍କ ସମେତ ସମ୍ପୃକ୍ତମାନଙ୍କୁ ସମନ କରିଛନ୍ତି। ଏନେଇ ଅଗଷ୍ଟ ୬ ତାରିଖରେ ମାମଲାର ଶୁଣାଣି ହେବ। ଦେବୀ କାଳୀଙ୍କୁ ସିଗାରେଟ୍ ପିଉଥିବାର ଚିତ୍ରଣ କରିବା ଅଭିଯୋଗରେ କୋର୍ଟ ତାଙ୍କୁ ଏ ନୋଟିସ୍ କରିଛନ୍ତି। ଏହା ପୂର୍ବରୁ ଲୀନାଙ୍କ ବିରୋଧରେ ଥାନାରେ ମାମଲା ହୋଇଛି।

ଅଭିଯୋଗ ଅନୁସାରେ, ଫିଲ୍ମର ପୋଷ୍ଟର ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବା ବେଳେ ନୈତିକତା ଭଦ୍ରତାର ବିରୋଧାଭାସ କରୁଛି। ଯାହାକୁ ଲୀନା ତାଙ୍କ ଟ୍ୱିଟର ହ୍ୟାଣ୍ଡେଲ୍ରେ ଟ୍ୱିଟ୍ କରିଛନ୍ତି। କୋର୍ଟ ଏହି ମାମଲାକୁ ଗ୍ରହଣ କରିଛନ୍ତି।
ନିକଟରେ ଲୀନା ମଣିମେକଲଇ ନିଜ ଡକ୍ୟୁମେଣ୍ଟାରୀ ଫିଲ୍ମର ପୋଷ୍ଟର ସେୟାର କରିଥିଲେ, ଯାହାକି ଲୋକଙ୍କ ଭାବନାକୁ ଆଘାତ ପହଞ୍ଚାଇଥିଲା। ଲୋକମାନେ ଲୀନାକୁ ତୁରନ୍ତ ଗିରଫ କରିବାକୁ ଦାବି ଉଠାଇଥିଲେ ଏବଂ ଏହି କାରଣରୁ ବର୍ତ୍ତମାନ ଟ୍ଵିଟରରେ #arrestleenamanimekalai ଟ୍ରେଣ୍ଡ କରିବାକୁ ଲାଗିଛି।

୨ ଜୁଲାଇରେ ଚଳଚ୍ଚିତ୍ର ନିର୍ମାତା ଲୀନା ମଣିମେକଲଇ ନିଜ ଡକ୍ୟୁମେଣ୍ଟାରୀ ଫିଲ୍ମ ‘କାଳୀ’ର ପୋଷ୍ଟର ସେୟାର କରିଥିଲେ। ଏହି ପୋଷ୍ଟର ସେୟାର କରି ସେ କହିଥିଲେ ଯେ ଏହି ଡକ୍ୟୁମେଣ୍ଟାରୀକୁ କାନାଡା ଫିଲ୍ମ ଫେଷ୍ଟିଭାଲରେ ଲଞ୍ଚ କରାଯାଇଛି। କନାଡାର ଟରୋଣ୍ଟୋରେ ରହୁଥିବା ମଣିମେକଲାଇ ଟ୍ଵିଟର ଆକାଉଣ୍ଟରେ ସର୍ଟ ଫିଲ୍ମ ‘କାଳୀ’ର ପୋଷ୍ଟର ସେୟାର କରିଥିଲେ। ଲୀନା ଡକ୍ୟୁମେଣ୍ଟାରୀର ନାମ ‘କାଳୀ’ ରଖିଛନ୍ତି। ସେ ସୋସିଆଲ ମିଡିଆରେ ଯେଉଁ ପୋଷ୍ଟର ସେୟାର କରିଛନ୍ତି, ସେଥିରେ ମା’ କାଳୀଙ୍କ ହାତରେ ସିଗାରେଟ ରହିଛି। କେବଳ ଏତିକି ନୁହେଁ, ପୋଷ୍ଟରରେ ମା’ କାଳୀଙ୍କ ଗୋଟିଏ ହାତରେ ତ୍ରିଶୂଳ ଥିବାବେଳେ ଅନ୍ୟ ହାତରେ LGBTQ ସମ୍ପ୍ରଦାୟର ପତାକା ନଜର ଆସୁଛି।

 

କାଳୀ ପୋଷ୍ଟର ବିବାଦ ମଧ୍ୟରେ ଲୀନା ମଣିମେକଲଇ ନିଜ ସୋସିଆଲ ମିଡିଆରେ ଏକ ନୂଆ ଫଟୋ ସେୟାର କରିଛନ୍ତି। ଫଟୋରେ ଭଗବାନ ଶିବ-ପାର୍ବତୀଙ୍କ ବେଶରେ ଦୁଇ କଳାକାର ନଜର ଆସିଛନ୍ତି। କେବଳ ଏତିକି ନୁହେଁ, ଫଟୋରେ ଉଭୟ କଳାକାର ଧୂମପାନ ମଧ୍ୟ କରୁଛନ୍ତି। ଫଟୋକୁ ଟ୍ଵିଟ୍‌ କରି ଲୀନା ମଣିମେକଲଇ ଲେଖିଛନ୍ତି- ଆଉ ଗୋଟେ କେଉଁଠି। ସୋସିଆଲ ମିଡିଆରେ ସେୟାର ହେଉ ହେଉ ଏହି ଫଟୋ ଖୁବ୍‌ ଭାଇରାଲ ହେଉଛି। ଲୋକମାନେ ଏହି ଫଟୋ ଯୋଗୁ ଏବେ ଫିଲ୍ମ ନିର୍ମାତାଙ୍କୁ ଗାଳି ଗୁଲଜ କରି ଟ୍ରୋଲ୍‌ କରୁଥିବା ଦେଖାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.