କଲିକତାରେ ଚାଲିଛି ଅଭିଷେକଙ୍କ ଇକମୋ ଚିକିତ୍ସା, ଆଶୁ ଆରୋଗ୍ଯ କାମନା କରି ୧୦୮ ଦ୍ବୀପ ଜାଳିଲେ ଗ୍ରାମବାସୀ

ବାସୁଦେବପୁର(କେନ୍ଯୁଜ) : ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ସ୍ଥିତ ମନ୍ଦାରୀ ଗ୍ରାମରେ ଥିବା ବାବା ଦାନେଶ୍ୱର ମନ୍ଦିରରେ ଅଭିଷେକ ମହାପାତ୍ରର ଆଶୁ ଆରୋଗ୍ୟ କାମନା କରି ଗ୍ରାମବାସୀଙ୍କ ପକ୍ଷରୁ ୧୦୮ଦ୍ୱୀପ ଜାଳିବା ସହିତ ବାବାଙ୍କ ଠାରେ ରୁଦ୍ରାଭିଶେକ କରାଯାଇଛି।

ଅଭିଶେକ ମେ ମାସ ୨୨ତାରିଖଠାରୁ କରୋନା ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ପରେ ତାଙ୍କ ଅବସ୍ଥା ସଂଗୀନ ହୋଇ ପଡିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଇକୋମ ଚିକିତ୍ସା କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ଓଡିଶାର ଲୋକଙ୍କ ସାହାଯ୍ଯରେ ଜୁନ ୯ତାରିଖ ଦିନ ତାଙ୍କୁ କୋଲକାତାରଏକ ଡାକ୍ତରଖାନାକୁ ନିଆ ଯାଇଥିଲା। ସେବେ ଠାରୁ ଆଜି ପର୍ଯ୍ଯନ୍ତ ଅଭିଷେକର ଚକିତ୍ସା ଚାଲୁଅଛି। ହେଲେ ତାର ସ୍ବାସ୍ଥ୍ଯର କୌଣସି ପରିବର୍ତନ ଦେଖାଯାଉ ନାହିଁ। ସେଥିପାଇଁ ଆଜି ଗ୍ରାମବାସୀ ମାନଙ୍କ ପକ୍ଷରୁ ଅଭିଷେକ ଆଶୁ ଅରୋଗ୍ୟ କାମନା କରି ବାବା ଦାନେଶ୍ୱର ଠାରେ ରୁଦ୍ରାଭିଷେକ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.