Below header

ଉଦ୍ଧବ ସରକାରଙ୍କ ଅଜବ ନିର୍ଦ୍ଦେଶ, ଅଫିସ୍‌ରେ ମୋବାଇଲ ଓ ସୋସିଆଲ ମିଡିଆର ବ୍ୟବହାରକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଉପରେ ଗୁରୁତ୍ୱ

ମହାରାଷ୍ଟ୍ରର ଉଦ୍ଧବ ଠାକ୍‌ରେ ସରକାର ସମସ୍ତ କର୍ମଚାରୀଙ୍କ ପାଇଁ ଏକ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ନୂଆ ନିର୍ଦ୍ଦେଶ ମୁତାବକ, ସେତିକି ଜରୁରୀ ନ ହେଲେ କୌଣସି କର୍ମଚାରୀ ମୋବାଇଲ ବ୍ୟବହାର କରିପାରିବେ ନାହିଁ।

ମହାରାଷ୍ଟ୍ର ସରକାରଙ୍କ ତରଫରୁ ଶୁକ୍ରବାର (ଜୁଲାଇ ୨୩)ରେ ଜାରି ନିର୍ଦ୍ଦେଶ ମୁତାବକ, ଅଫିସରେ କାମ ବେଳେ ମୋବାଇଲ ଫୋନ୍‌ର କମ୍‌ ସେ କମ୍‌ ବ୍ୟବହାର ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଅଫିସରେ ମୋବାଇଲ ଜାଗାରେ ଲ୍ୟାଣ୍ଡ ଫୋନ୍‌ ବ୍ୟବହାର କରିବାକୁ ଗୁରୁତ୍ୱ ଦେବାକୁ କୁହାଯାଇଛି।


ମୋବାଇଲ ଫୋନ୍‌ ବ୍ୟବହାର ସହ ଅଫିସରେ ସୋସିଆଲ ମିଡିଆକୁ ମଧ୍ୟ କମ୍‌ ବ୍ୟବହାର କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ବ୍ୟକ୍ତିଗତ କାମ ପାଇଁ ଯଦି ମୋବାଇଲରେ କଥା ହେବାକୁ ପଡ଼େ, ତେବେ ଅଫିସରୁ ବାହାରକୁ ଆସି କଥା ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ତେବେ ସରକାରଙ୍କ ଏହି ନିର୍ଦ୍ଦେଶ ପରେ କର୍ମଚାରୀଙ୍କ ମୁଣ୍ଡ ବ୍ୟଥା ବଢ଼ିଛି। ସେମାନେ ଧୀରେ ଧୀରେ ସରକାରଙ୍କ ଆଦେଶକୁ ମାନିବାକୁ ମନ ସ୍ଥିର କରୁଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.