Below header

ସମ୍ପତ୍ତି ନିଜ ନାରେ ନକରିବାରୁ, ୯୬ ବର୍ଷୀୟ ବୃଦ୍ଧ ବାପାକୁ ଘରୁ ବାହାର କରିଦେଲେ ପୁଅ ବୋହୂ

ଜଳେଶ୍ବର(କେନ୍ଯୁଜ୍): ଘରେ ପୁଅଟିଏ ଜନ୍ମ ହେଲେ ବାପା ମାଙ୍କ ଖୁସି କହିଲେ ନସରେ। ଘରୁ ବାହାର ସବୁ ଆଡେ ବଣ୍ଟା ଚାଲେ ମିଠା। ଝିଅଟିଏ ବାହା ହୋଇ ଶାଶୁଘରକୁ ଚାଲିଗଲା ପରେ ପରିଣତ ବୟସରେ ପୁଅ ବୋହୂ ସେମାନଙ୍କ ସେବାଶୁଶ୍ରୁସା କରିବେ ବୋଲି ଆଶା କରିଥାନ୍ତି ସବୁ ବାପା ମା । ହେଲେ ଏ କଳିଯୁଗରେ ଆଉ କଣ ଏସବୁ ଦେଖିବାକୁ ମିଳିବ? ସତରେ ଦିନକୁ ଦିନ ମଣିଷ ଭୁଲିଯାଉଛି ମାନବିକତା। ଯିଏ ମୁଣ୍ଡ ଝାଳ ତୁଣ୍ଡରେ ମାରି ଛୋଟରୁ ବଡ ଯାଏ ବଢ଼େଇ କୁଢ଼େଇ ଗଢ଼ି ତୋଳିଥାଏ ତାକୁ ଟିକେ ଆଦର ଦେଇପାରୁନି ସେହି ଜନ୍ମକଲା ପୁଅ । ସମ୍ପତ୍ତି ଲୋଭରେ ପାଲଟି ଯାଉଛି ପଶୁ। ଏମିତି ଗୋଟିଏ ଦୃଶ୍ଯ ଏବେ ଆପଣଙ୍କ ସାମ୍ନାରେ ।

ଦେଖନ୍ତୁ ଏ ବୃଦ୍ଧ ଜଣଙ୍କୁ। ଶରୀରର ଚମ ଧୁଡୁ ଡୁଡୁ । ନା କାନକୁ ଠିକ ରେ ଶୁଭୁଛି ନା ଆଖିକୁ ଭଲ ଭାବରେ ଦେଖାଯାଉଛି , ଚାଲବୁଲ କରିବାକୁ ବି ଦେହରେ ଆଉ ବଳ ନାହିଁ । ପୁଅ ଜନ୍ମ କରି କଣ ସେ ଏତେ ବଡ ଭୁଲ୍ କରିଦେଲେ ଯେ ଆଜି ତାଙ୍କୁ ନିଜ ଘରେ ରହିବାକୁ ଚାଖଣେ୍ଡେ ଯାଗା ମିଳିଲାନି। ଆଜ୍ଞା ହଁ ଦର୍ଶକବନ୍ଦୁ ଏ ହେଉଛନ୍ତି ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଛଡା ଗ୍ରାମର ସୁରେଶ ଚନ୍ଦ୍ର ଭୂୟାଂ। ବୟସ ପାଖାପାଖି ୯୬ ବର୍ଷ। ସୁରେଶଙ୍କ ୬ ଝିଅ ଆଉ ଗୋଟିଏ ପୁଅ। ତେଣୁ ବାଛି ବାଛି ପୁଅର ନା ରଖିଥିଲେ ଭାବଗ୍ରାହୀ। ହେଲେ ବାପା ମା ରଖିଥିବା ନାକୁ ପୁଅ ଆଜି ପୁରା ସାର୍ଥକ କରିଛି ।

ଝିଅ ମାନେ ବାହାହୋଇ ଶାଶୁ ଘରକୁ ଚାଲିଗଲା ପରେ ପୁଅ ବୋହୂଙ୍କ ପାଖରେ ରହୁଥିଲେ ବୃଦ୍ଧ ଜଣକ। ତେବେ ଆଜିକାଲି ସ୍ବାର୍ଥପର ଦୁନିଆ ରେ କିଏ ବା କାହାର ।ସୁରେଶ ଙ୍କ ସ୍ତ୍ରୀ ଆରପାରିକୁ ଚାଲିଯିବା ପରେ ଝିଅ ମାନେ ସମ୍ପତ୍ତିରୁ କାଳେ ଭାଗ ନେଇଯିବେ ସେଥିପାଇଁ ନିଜ ନାମରେ ସମସ୍ତ ସମ୍ପତ୍ତି କରିଦେବା କୁ ବୃଦ୍ଧ ବାପା ଙ୍କୁ ଭାବଗ୍ରାହୀ କହିଥିଲେ। ମାତ୍ର ଏଥିରେ ସୁରେଶ ଅରାଜି ହେବାରୁ ବିଭିନ୍ନ ସମୟରେ ତାଙ୍କୁ ନିର୍ଯ୍ଯାତନା ଦିଆଯାଉଥିବା ବୃଦ୍ଧ ଜଣକ ଖନେଇ ଖନେଇ କହିହୁଛନ୍ତି । ତେବେ ଗତକାଲି ଏହି କଥା କୁ ନେଇ ବାପା ଙ୍କ ସହିତ ଯୁକ୍ତିତର୍କ ହେବାପରେ ଭାବଗ୍ରାହୀଙ୍କ ରାଗ ପଞ୍ଚମ ହୋଇଗଲା, ଆଉ ଶେଷରେ ସେ ବାପାଙ୍କୁ ଘରୁ ବାହାର କରିଦେଇ ଭିତର ପଟୁ ତାଲା ମାରି ଦେଇଥିଲେ । କୌଣସି ଉପାୟ ନପାଇ ଅସହାୟ ବୃଦ୍ଧ ଜଣକ ଜିନିଷ ପତ୍ର ଧରି ନଖାଇ ନପିଇ ସେମିତି ରାତି ସାରା ବାହାରେ ବସିରହିଥିଲେ।

ସୁରେଶଙ୍କ ପାଖାପାଖି ୧୦ ଏକରରୁ ଉର୍ଧ୍ବ ଜମି ରହିଥିବା ବେଳେ ପ୍ରାୟ କୋଟିଏ ଟଙ୍କାର ସମ୍ପତ୍ତି ରହିଛି। ସେ ପୂର୍ବରୁ ୩ ଥର ସରପଞ୍ଚ ଏବଂ ଦୁଇଥର ବାଲିଆପାଳ ବ୍ଲକ ଉପାଧ୍ଯକ୍ଷ ଭାବରେ ନିର୍ବାଚିତ ହୋଇଥିଲେ। ଦିନେ ଜନପ୍ରତିନିଧି ହୋଇ ଲୋକମାନଙ୍କୁ ନ୍ଯାୟ ପ୍ରଦାନ କରୁଥିଲେ। ମାତ୍ର ସେ ନିଜେ ଆଜି ପୁଅ ବୋହୂଙ୍କ ଅତ୍ଯାଚାରରେ ଅତିଷ୍ଠ ହୋଇ ପରିଣତ ବୟସରେ ସରକାରଙ୍କୁ ନ୍ଯାୟ ମାଗୁଛନ୍ତି। ଅନ୍ଯପଟେ ଜେଜେ ବାପାଙ୍କ ଦୁଖଃ ସହି ନପାରି ତାଙ୍କ ନାତି ଏବଂ ନାତୁଣି ବୋହୂ ତାଙ୍କୁ ଉଦ୍ଧାର କରିବାକୁ ଆସୁଥିବା ବେଳେ ଭାବଗ୍ରାହୀ ସେମାନଙ୍କୁ ମଧ୍ଯ ମାଡ ମାରିଥିଲେ ବୋଲି ଅଭିଯୋଗ କରିଛନ୍ତି । ସକାଳ ଠାରୁ ବିଳମ୍ବିତ ରାତି ପର୍ଯ୍ଯନ୍ତ ବୃଦ୍ଧ ଜଣକ ଭୋକ ଉପାସରେ ବସିଥିବାର ଖବର ଗ୍ରାମବାସୀ ମାନେ ଜାଣିବା ପରେ ତାଙ୍କ ଘରେ ପହଞ୍ଚି ତାଲା ଖୋଲିବା ପାଇଁ ପୂଅବୋହୁ ଙ୍କୁ କହିଥିଲେ ମଧ୍ଯ ସେମାନେ କୌଣସି କଥା ଶୁଣି ନଥିଲେ ।

ଆମ ସମାଜରେ ବାପା ମାଆଙ୍କୁ ଭଗବାନଙ୍କ ଆଖ୍ୟା ଦିଆଯାଇଛି । କିନ୍ତୁ ସମ୍ପତ୍ତି ପାଇଁ ଆଜିକାଲି ବୃଦ୍ଧ ବାପା ମାଙ୍କୁ ଘରୁ ବାହାର କରିଦେବା କେତେ ଯୁକ୍ତିଯୁକ୍ତ ତାହା ଆପଣ ହିଁ ବିଚାର କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.