ମୁନମୁନ ଦତ୍ତାଙ୍କ ସୋ’ ଛାଡିବା ଖବରକୁ ନେଇ ପ୍ରଡ୍ୟୁସର ଖୋଲିଲେ ମୁହଁ, ଜାଣନ୍ତୁ ପୁରା ସତ

ପୁପୁଲାର କମେଡି ସୋ’ ”ତାରକ ମେହତା କା ଉଲଟା ଚଷମା”କୁ ନେଇ ଏବେ ସବୁ ଖବର ରହୁଛି ବେଶ ଚର୍ଚ୍ଚାରେ । ଖାସ କରି ଏଥିରେ ଅଭିନୟ କରୁଥିବା ସମସ୍ତ କଳାକାର ଦର୍ଶକଙ୍କ ଖୁବ ପସନ୍ଦ । ତେଣୁ ଏମାନଙ୍କୁ ନେଇ ଆସୁଥିବା କିଛି ଖବର ସବୁବେଳେ ଦର୍ଶକଙ୍କ ପାଇଁ ହୋଇଥାଏ ବେଶ ଗୁରୁତ୍ୱପୂର୍ଣ୍ଣ । ନିକଟ ଅତୀତରୁ ମୁନମୁନ ଦତ୍ତା ବା ଆମ ସମସ୍ତଙ୍କ ପ୍ରିୟ ବବିତା ଜୀ କିଛି ଏପିସୋଡରେ ନଜର ଆସୁନାହାଁନ୍ତି । ଯାହକୁ ନେଇ ଏବେ ଉଠିଛି ପ୍ରଶ୍ନ ।

ସୋ’ରେ ଜେଠାଲାଲଙ୍କ କ୍ରଶ ତଥା କ୍ରିଷ୍ନନ ଐୟରଙ୍କ ପତ୍ନୀ ଭୂମିକାରେ ନଜର ଆସୁଥିବା ବବିତା ଜୀଙ୍କୁ କିଛିଦିନ ହେବ ଏପିସୋଡରେ ଦେଖିବାକୁ ମିଳିନି । ଏହାକୁ ନେଇ ପ୍ରଶ୍ନ ଉଠିବା ପରେ ସୋ’ର ପ୍ରଡ୍ୟୁସର ଏବେ ମୁହଁ ଖୋଲିଛନ୍ତି । ଖବର ଅନୁଯାୟୀ, ମୁନମୁନ ଦତ୍ତା ଏବେ ସୋରୁ ବାହାରି ନାହାଁନ୍ତି । କିମ୍ବା ତାଙ୍କୁ ରିପ୍ଲେସ କରିବାର କୌଣସି ଯୋଜନା ମଧ୍ୟ ନାହିଁ । ତେଣୁ ସୋ ଛାଡିବାକୁ ନେଇ ଫେକ ନ୍ୟୁଜ ଉପରେ ବିଶ୍ୱାସ ନକରିବା ପାଇଁ ଅସିତ ମୋଦୀ କହିଛନ୍ତି ।

ମୁନମୁନ ଦତ୍ତା ନିକଟରେ ତାଙ୍କ ଆକାଉଣ୍ଟରେ କିଛି ଫଟୋ ସେୟାର କରିଛନ୍ତି । କିଛି କାମ ପାଇଁ ସେ ସୋ’କୁ ଆସି ନଥିବାର ଖବର ମିଳିଛି । ତେବେ ସେ ବହୁତ ଶୀଘ୍ର ସୋ’ କୁ ଫେରିବାର ପ୍ରଡ୍ୟୁସର କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.