ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଭିତରକନିକାରେ ଚାଲିଲା ବ୍ୟାଟେରି ଚାଳିତ ବୋଟ

ରାଜନଗର(କେନ୍ୟୁଜ୍):  ଭିତରକନିକା ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଭିତରକନିକାରେ ଚାଲିଲା ବ୍ୟାଟେରି ଚାଳିତ ବୋଟ । ଶବ୍ଦ ପ୍ରଦ୍ୟୁଷଣ ମୁକ୍ତ ଏହି ବୋଟ ଭିତରକନିକାରେ ଚାଲିଲା । ଏହାଦ୍ୱାରା ଭିତରକନିକା ପ୍ରଦ୍ୟୁଷଣ ମୁକ୍ତ ହେବ । ଏଥିସହ ପର୍ଯ୍ୟଟକଙ୍କ ପାଇଁ ସହାୟକ ହେବ ବ୍ୟାଟେରୀ ଚାଳିତ ବୋଟ ।

ପର୍ଯ୍ୟଟକଙ୍କୁ ଭିତରକନିକା ଭ୍ରମଣ କରିବାକୁ ହେଲେ ବୋଟର ଆବଶ୍ୟକତା ରହିଛି । ପୂର୍ବରୁ ଡିଜେଲ ଓ ପେଟ୍ରୋଲ ବୋଟ ଚାଲୁଥିଲା ଯାହା ଦ୍ଵାରା ଶବ୍ଦ ପ୍ରଦୁଷଣ ହେବା ଦ୍ୱାରା ବନ୍ୟଜନ୍ତୁଙ୍କ ଉପରେ ପ୍ରଭାବ ପଡୁଥିଲା । ପ୍ରଥମ ପର୍ଯ୍ୟାୟରେ ଗୋଟିଏ ବୋଟ ଡାଙ୍ଗମାଳଠାରେ ରଖାଯାଇଛି । ପରବର୍ତ୍ତୀ ସମୟରେ ସମସ୍ତ ଏଣ୍ଟ୍ରି ପଏଣ୍ଟ ବ୍ୟାଟେରି ଚାଳିତ ବୋଟ ରଖାଯିବା ପାଇଁ ବ୍ୟବସ୍ଥା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.