ଭଗତ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି: ସହିଦ ଦିବସ ଅବସରରେ ମାର୍ଚ୍ଚ ୨୩କୁ ଛୁଟି ଘୋଷଣା କଲେ ପଞ୍ଜାବ ସରକାର

ସହିଦ ଦିବସ ଅବସରରେ ମାର୍ଚ୍ଚ ୨୩ ତାରିଖକୁ ଛୁଟି ଘୋଷଣା କରିଛନ୍ତି ପଞ୍ଜାବ ସରକାର। ସହିଦ ଭଗତ ସିଂହଙ୍କ ସହିଦ ଦିବସକୁ ରାଜ୍ୟରେ ସହିଦ ଦିବସ ରୂପେ ପାଳନ କରାଯାଉଛି। ଏ ନେଇ ଘୋଷଣା କରିଛନ୍ତି ଭଗବନ୍ତ ମାନ ସରକାର। ପଞ୍ଜାବ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ କହିଛନ୍ତି, ଏ ଅବସରରେ ପଞ୍ଜାବର ଲୋକ, ପିଲା, ବୟସ୍କ ସମସ୍ତେ ଭଗତ ସିଂହଙ୍କ ଗାଁ ଖଟକରକଲା ଯାଇ ତାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିପାରିବେ।

ଏଥିସହ ପଞ୍ଜାବ ବିଧାନସଭାରେ ଭଗତ ସିଂହ ଓ ବାବା ସାହେବଙ୍କ ମୂର୍ତ୍ତି ଲଗାଇବା ପ୍ରସ୍ତାବକୁ ବି ବିଧାନସଭାରେ ପାସ୍‌ କରାଯାଇଛି। ସେହିପରି ମହାରାଜା ରଣଜିତ ସିଂହଙ୍କ ମୂର୍ତ୍ତି ମଧ୍ୟ ପଞ୍ଜାବ ବିଧାନସଭାରେ ଲଗାଯିବ।

ସୂଚନାଯୋଗ୍ୟ ଯେ ୨୩ ମାର୍ଚ୍ଚ ୧୯୩୧ ରେ ଇଂରେଜ ସରକାରଙ୍କ ନିର୍ଦ୍ଦେଶରେ ଭଗତ ସିଂହ, ସୁଖଦେବ ଓ ରାଜଗୁରୁଙ୍କୁ ଫାଶୀ ଦିଆଯାଇଥିଲା। ଏହା ପରଠାରୁ ତାଙ୍କ ସ୍ମୃତିରେ ଏହି ଦିନକୁ ସହିଦ ଦିବସ ରୂପେ ପାଳନ କରାଯାଉଛି।

Also Read: ୧୨୬ ବର୍ଷୀୟ ଯୋଗଗୁରୁ ସ୍ୱାମୀ ଶିବାନନ୍ଦଙ୍କ ମହାନତା, ପଦ୍ମଶ୍ରୀ ଗ୍ରହଣ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ମାରିଲେ ମୁଣ୍ଡିଆ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.