ଭୁବନେଶ୍ୱର ମଞ୍ଚେଶ୍ୱରରେ ଥିବା SBI ATMରୁ ଟଙ୍କା ନୁହେଁ ବ୍ୟାଟେରୀ ଲୁଟ୍‌ ; ସିସିଟିଭିରେ କଏଦ ହେଲା ଦୃଶ୍ୟ

ଭୁବନେଶ୍ୱର (କେନ୍ୟୁଜ): ଏଟିଏମ୍‌ରୁ ଟଙ୍କା ନୁହେଁ ବ୍ୟାଟେରୀ ଲୁଟ୍‌ । ଟଙ୍କା ଛାଡି ATMରେ ଥିବା ବ୍ୟାଟେରୀ ବ୍ୟାକ୍‌ ଅପ୍‌କୁ ଲୁଟୁଛି ଲୁଟେରା । ଏପରି ଘଟଣା ଆଜି ଦେଖିବାକୁ ମିଳିଛି ଭୁବନେଶ୍ୱର ମଞ୍ଚେଶ୍ୱରରେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ୍‌ ଏବଂ ସର୍ଭେଲାନ୍ସ ଟିମ୍‌ । ଏହି ଲୁଟେରାର ନାଁ ହେଉଛି ଶିବ ନାୟକ । ତାକୁ ଅଟକ ରଖି ପଚରା ଉଚୁରା କରୁଛି ପୋଲିସ ।

SBI ATMରୁ ବ୍ୟାଟେରୀ ଲୁଟୁଥିବାର ଭିଜୁଆଲ୍‌ ସିସିଟିଭିରେ କଏଦ୍‌ ହୋଇଛି । ଦେଖନ୍ତୁ କିପରି ଏଟିଏମ୍‌ରୁ ବ୍ୟାଟେରୀ ଲୁଟି ନେଉଛି ଶିବ । ତେବେ କେବଳ ଏହି ଗୋଟିଏ ନୁହେଁ ପୂର୍ବରୁ ମଧ୍ୟ ଅନେକ ଏଟିଏମ୍‌ରୁ ବ୍ୟାଟେରୀ ଲୁଟ୍‌ କରିଛି ଶିବ । ଗତକାଲି ସତସଙ୍ଗ ବିହାର ATMରୁ ମଧ୍ୟ ବ୍ୟାଟେରୀ ଲୁଟିଥିଲା । ସେହିପରି ୨୦୨୧ ରେ ସହିଦ ନଗର ଅଂଚଳରେ ଲୁଟ୍‌ କରିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.