ମାତ୍ର ୨୧ ବର୍ଷରେ ଓଡିଶାବାସୀଙ୍କୁ ଚୂନା ଲଗାଇଛି ଏ ଯୁବକ, ଲକ୍ଷେ କି ଦୁଇ ଲକ୍ଷ ନୁହେଁ ସିଧା କୋଟିଏ

ଡଉଲ ଡାଉଲ ଦେଖାଯାଉଥିବା ଯୁବକଟି ଜଣେ ୪୨୦ ଠକ । ମୁହଁ ଏମିତି କରିଛି ଯେମିତି କିଛି ଜାଣିନି, କିନ୍ତୁ ଭଲ କଥା କହି ଜାଣିଛି । ସେଥିପାଇଁ ତ ଏତେ କମ୍‌ ବୟସ ଯୁବକର ଜାଲରେ ପଡିଗଲେ ଭୁବନେଶ୍ୱରର ଅନେକ ଲୋକ ।

ଭୁବନେଶ୍ୱର (କେନ୍ୟୁଜ) : ଲୋକଙ୍କୁ ଭୂଆଁ ବୁଲାଇବାର ଭଲ ଉପାୟ ଜାଣିଥିଲା ଏହି ୪୨୦ ଚୋର । ମାତ୍ର ୨୧ ବର୍ଷରେ ସାରା ଓଡିଶାକୁ ଚୁନା ଲଗାଇବାର ଭଲ ବୁଦ୍ଧି ଜାଣିଥିଲା ଇଏ। ଲୋକଙ୍କୁ ନିଜ କଥାରେ ଏତେ ଭୋଳ କରାଇ ବିଶ୍ୱାସ ଜନ୍ମାଇ ଦେଉଥିଲା ଯେ ଲୋକମାନେ ୧ କୋଟି ୧୧ ଲକ୍ଷ ପର୍ଯ୍ୟନ୍ତ ଟଙ୍କା କେବଳ ତା କଥାରେ ଇନଭେଷ୍ଟ କରିଛନ୍ତି । ଆପଣ ଭାବୁଥିବେ ଏତେ ଟଙ୍କା କେମିତି ସେ ଲୋକଙ୍କ ଠାରୁ ଚୂନା ଲଗାଇପାରୁଥିଲା । ଲୋକମାନେ କେମିତି ଏତେ ତାକଥାକୁ ବିଶ୍ୱାସ କରି ଏତେ ଟଙ୍କା ଇନଭେଷ୍ଟ କରିଦେଉଥିଲେ । ସେସବୁ ଆମେ ଆପଣଙ୍କୁ କହିବୁ ଆସନ୍ତୁ ପୂରା ଡିଟେଲ୍ସରେ ଜାଣିବା କଣ ବାସ୍ତବରେ ଘଟଣା ହୋଇଥିଲା ।

ଏହି ଘଟଣା କୌଣସି ଉପାନ୍ତ ଅଞ୍ଚଳ ନୁହେଁ, ବରଂ ଖୋଦ ଭୁବନେଶ୍ୱରର ଏହି ଘଟଣା । ଯେଉଁଠି ଜଣେ ୨୧ ବର୍ଷର ଯୁବକ ସୋସିଆଲ ମିଡିଆରେ ଏକ େଓ୍ଵବପେଜ୍‌ ଖୋଲିଥିଲା । ଆଉ ସେହି ପେଜକୁ ସେ ମାଇଁ ଭୁବନେଶ୍ୱର େଓ୍ଵବ ପେଜରେ ବିଜ୍ଞାପନ ଦେଇଥିଲା । ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ ୨୦ ପ୍ରତିଶତ ହାରରେ ସୁଧ ଦେବାକୁ ପ୍ରତିଶ୍ରୁତି ଦେଉଥିଲା ଲୋକଙ୍କୁ ।

ଲୋକମାନଙ୍କୁ ବିଶ୍ୱାସ ଦେବା ପାଇଁ ସେ ୧୫ କୋଡିଏ ଲକ୍ଷ ରିଟର୍ଣ୍ଣ ବି କରିଛି ଲୋକଙ୍କୁ । ଯାହାଦ୍ୱାରା ଲୋକମାନେ ଆହୁରି ଇନଭେଷ୍ଟ କରିଚାଲିଲେ । ୪୨୦ ଠକ ଅମର ଏମିତି ପିପିଟି ତିଆରି କରିଥିଲା ଯେ ଯେଉଁଥିରେ ଲୋକମାନେ ତା କଥାକୁ ଏକଦମ୍‌ ବିଶ୍ୱାସ କରିଯାଉଥିଲେ ଆଉ ଟଙ୍କା ଇନଭେଷ୍ଟ କରୁଥିଲେ । କିନ୍ତୁ ୧ କୋଟି ୧୧ ଲକ୍ଷ ଟଙ୍କା ନେଇ ଛୁ ମାରିଥିଲା ଠକ ୪୨୦ । ଲୋକମାନେ ଯେତେବେଳେ ଜାଣିଲେ ତାଙ୍କ ସହ ଧୋକା ହୋଇଛି ଏବଂ ସେ ଠକ ହାବୁଡରେ ପଡି ନିଜ ଟଙ୍କା ବର୍ବାଦ କରିଛନ୍ତି ସେତେବେଳେ ସେ ଭୁବନେଶ୍ୱର ସ୍ପେଶାଲ କ୍ରାଇମ ୟୁନିଟରେ ଅଭିଯୋଗ କଲେ । ପାଖାପାଖି ୧୦ ଜଣ ଇନଭେଷ୍ଟର୍ସ ତା ବିରୁଦ୍ଧରେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗ ଆଧାରରେ ଠକ ସର୍ଦ୍ଦାର ଅମରଜିତ୍‌ ନାୟକକୁ ଗିରଫ କରିଛି ଭୁବନେଶ୍ୱରର ସ୍ପେଶାଲ କ୍ରାଇମ ୟୁନିଟ। ଭୁବନେଶ୍ୱର ପଳାଶପଲ୍ଲୀ ସ୍ଥିତ ଘରୁ ତାକୁ ଗିରଫ କରାଯାଇଛି । ୧୮ ବର୍ଷ ବୟସରୁ ସୋସିଆଲ ମିଡିଆରେ ମିଛ Imperial investor ନାଁରେ ବିଜ୍ଞାପନ ଦେଇ ଲୋକଙ୍କୁ ୩ ବର୍ଷ ହେଲା ଭୁଆଁ ବୁଲାଉଥିଲା ଅମରଜିତ ।

ବିବିଏମ ଫାଇନାଲ ଇୟରରେ ଏକ ଘରୋଇ କଲେଜରେ ପଢୁଥିଲା ଏହି ଠକ । ଠକେଇ ଟଙ୍କାକୁ ନେଇ ସେୟାର ମାର୍କେଟରେ ବିନିଯୋଗ କରୁଥିଲା । ଗତ ଫେବୃଆରୀ ମାସ ୫ ତାରିଖରେ ଠକେଇର ଶିକାର ଲୋକେ ସ୍ପେଶାଲ କ୍ରାଇମ ୟୁନିଟର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ ସହ ତାର ବ୍ୟାଙ୍କ ଆକାଉଣ୍ଟ ସିଜ କରାଯାଇଛି । ଆଉ ଆକାଉଣ୍ଟ ଚେକ୍‌ କଲାରୁ ଜଣାପଡିଲା ଯେ ଆକାଉଣ୍ଟ ଏକଦମ୍‌ ଖାଲି ଅଛି । ଠକ ଏ ସବୁ ଟଙ୍କାକୁ ସ୍ଟକ ମାର୍କେଟରେ ଖର୍ଚ୍ଚ କରିଦେଇଥିବା ଜାଣିବାକୁ ପାଇଛି ପୋଲିସ । ସେପଟେ ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡ ରେ ନିଆଯିବ ବୋଲି ସୂଚନା ଦେଇଛନ୍ତି ଏସିପି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.