Below header

ରାଜଧାନୀରେ ମିଳିଥିବା ଜରୁରୀ ସେବା ପାସ ଅପବ୍ୟବହାର କଲେ ହେବ ରଦ୍ଦ, ଏପରି ନକରିବାକୁ କହିଲେ ସିପି

କେନ୍ୟୁଜ(ବ୍ୟୁରୋ):କାରୋନା ପାଇଁ ସାରାଦେଶରେ ଲକଡାଉନ ଘୋଷଣା ହୋଇଛି, ଏହି ସମୟରେ କେତେକ ଗାଡ଼ି ଚାଳକ ଅନାବଶ୍ୟକ ଭାବେ ବିଭିନ୍ନ ବାହାନା ଦେଖାଇ ଭୁବନେଶ୍ୱରରେ ବୁଲୁଛନ୍ତି । ଅନେକ ଯାନବାହନର ରାଜରାସ୍ତାରେ ଭିଡ଼ ଦେଖିବାକୁ ମିଲୁଛି । ଯାହା ପୋଲିସ ପାଇଁ ଏକ ସମସ୍ୟା ସୃଷ୍ଟି କରୁଥିଲା । ଏଥିପାଇଁ ରାଜଧାନୀରେ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ବ୍ୟକ୍ତିବିଶେଷ ଓ ସଂସ୍ଥାଙ୍କ ଗାଡି କିପରି ରାଜଧାନୀରେ ସେମାଙ୍କର ସେବା ଯୋଗାଇ ପାରିବେ ସେଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ପାସର ବ୍ୟବସ୍ଥା କରାଯାଇଛି। କିନ୍ତୁ ଏହି ପାସ ଗୁଡିକ ଅନେକ କ୍ଷେତ୍ରରେ ଅପବ୍ୟବହାର କରାଯାଉଛି। ଯାହାଫଳରେ ଆଜି କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ଯଦି କେହି ଏହି ପାସକୁ ଅପବ୍ୟବହାର କରେ ତେବେ ସେମାନଙ୍କ ପାସ ରଦ୍ଦ ହେବ। ତେଣୁ ଏପରି ନକରିବାକୁ ପୋଲିସ କମିଶନର ଟ୍ୱିଟର ମାଧ୍ୟମରେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.