Below header

ବିଜେପି ନେତା ଲକ୍‌ଡାଉନ୍‌ ଭାଙ୍ଗି ଘର ଓ ଗାଁରେ ଦେଲେ ଫିଲ୍ମ ସୁଟିଂ ଅନୁମତି, ତା’ପରେ କ’ଣ ହେଲା ଜାଣନ୍ତୁ…

କରୋନା ଭାଇରସ୍‌ର ଗମ୍ଭୀରତା ଦେଖି ସାରା ଦେଶରେ ଲକ୍‌ଡାଉନ ଜାରି ରହିଛି । ତେବେ ଲକ୍‌ଡାଉନ୍‌ ଭାଙ୍ଗିବର ବହୁ ଘଟଣା ଦିନକୁ ଦିନ ନଜରକୁ ଆସୁଛି ।

ଏବେ ଭାରତୀୟ ଜନତା ପାର୍ଟିର ପୂର୍ବତନ ସାଂସଦ ବିଶ୍ୱ ମୋହନ କୁମାର ଲକ୍‌ଡାଉନ ଭାଙ୍ଗି ନିଜ ଘରେ ଓ ଗାଁରେ ଏକ ଭୋଜପୁରୀ ଫିଲ୍ମ କରିବାକୁ ଅନୁମତି ଦେଇଛନ୍ତି ।

 

film-1ସାସଂଦ ବିଶ୍ୱମୋହନ ବିହାର ସୁପୋଲ ଜିଲ୍ଲା ପିପରିଆ ଗାଁରେ ରୁହନ୍ତି । ଫିଲ୍ମ ସୁଟିଂ ଦିନ ସେ ନିଜ ଗାଁରେ ଥିଲେ । ପ୍ରକାଶ ଯୋଗ୍ୟ ଯେ କିଛି ଦିନ ଧରି ଭୋଜପୁରୀ ଫିଲ୍ମ ‘ଇସ୍କ ଦିବାନା’ ଉକ୍ତ ଗାଁରେ ସୁଟିଂ ଚାଲିଛି ।

ଏହାକୁ ଦେଖିବା ପାଇଁ ଉକ୍ତ ଗାଁରେ ଶତାଧିକ ଲୋକଙ୍କ ଭିଡ଼ ଜମୁଥିଲା । କେହି ଏ ସମ୍ପର୍କରେ ସ୍ଥାନୀୟ ଏସ୍‌ଡିଓଙ୍କୁ ଖବର ଦେବା ପରେ ପୋଲିସ ପ୍ରଶାସନ ଏହାର ଯାଞ୍ଚ ଆଦେଶ ଦେଇଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.