Below header

ଭାରତ ସରକାରଙ୍କୁ ସାହାଯ୍ୟ କରିବେନି ସୈଫ-କରୀନା, ବରଂ ଅନ୍ତଃରାଷ୍ଟ୍ରୀୟ ସଂସ୍ଥାକୁ ଦେବେ ରାଶି

କରୋନା ଭାଇରସ ସହ ଲଢ଼ିବା ପାଇଁ ଏବେ ବଲିଉଡ ଷ୍ଟାର ସୈଫ ଅଲ୍ଲୀ ଖାନ ଓ ତାଙ୍କ ସ୍ତ୍ରୀ କରୀନା କପୁର ଖାନ ସହାୟତାର ହାତ ବଢ଼ାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏ ନେଇ କରୀନା ସୋସିଆଲ ମିଡିଆରେ ଏକ ଲେଖା ପୋଷ୍ଟ କରି ସୂଚନା ଦେଇଛନ୍ତି । ଏହି କପଲ ଭାରତ ସରକାର କିମ୍ବା ମହାରାଷ୍ଟ୍ର ସରକାରଙ୍କ ପରିବର୍ତ୍ତେ ୟୁନିସେଫ ଭଳି ଅନ୍ତରାଷ୍ଟ୍ରୀୟ ଏବଂ କିଛି ଘରୋଇ ସଂସ୍ଥାକୁ ସାହାଯ୍ୟ କରିବା କଥା କହିଛନ୍ତି ।

aq

କରୀନା ଲେଖିଛନ୍ତି, ଆମେ ଦୁଇଜଣ ୟୁନିସେଫ, ଗିବ ଇଣ୍ଡିଆ ଏବଂ ଦ ଇଣ୍ଟରନାଶନାଲ ଆସୋସିଏସନ ଫର ହ୍ୟୁମାନ ଭଲ୍ୟୁଜକୁ ସାହାଯ୍ୟ କରିବାକୁ ସଂକଳ୍ପ ନେଇଛୁ । ତେବେ କରୀନାଙ୍କ ଏହି ପୋଷ୍ଟ କିଛି ୟୁଜରଙ୍କୁ ପସନ୍ଦ ଆସିଥିବା ବେଳେ ଆଉ କିଛି ୟୁଜରଙ୍କୁ ଆଦୌ ପସନ୍ଦ ଆସିନି । କିନ୍ତୁ ଅଭିନେତ୍ରୀ ଜଣକ କେତେ ରାଶି ଦାନ କରିବେ, ସେ ନେଇ କୌଣସି ଉଲ୍ଲେଖ କରି ନ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.