କରୋନା ପାଇଁ ଦରମା କଟକଣା, ଅଧା ଦରମା ଏବେ ଆଉ ଅଧା ଦରମା ପରେ ନେବେ ରାଜ୍ୟର ସମସ୍ତ IAS, IPS ଓ IFS ଅଫିସର

କେନ୍ୟୁଜ(ବ୍ୟୁରୋ): କରୋନା ପାଇଁ ରାଜ୍ୟରେ ଜାରି ହେଲା ଦରମା କଟକଣା । ସମ୍ପୂର୍ଣ୍ଣ ଦରମାର ୭୦ ପ୍ରତିଶତ ପାଇବେନି ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ ଓ ନିଗମ ଅଧ୍ୟକ୍ଷ । ବର୍ତ୍ତମାନ ସେମାନେ ୩୦ ପ୍ରତିଶତ ଦରମା ପାଇବେ । ଏହି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ସେହିପରି IAS, IPS ଓ IFS ଅଫିସରଙ୍କ ସମ୍ପୂର୍ଣ୍ଣ ଦରମାର ୫୦ ପ୍ରତିଶତ ସ୍ଥଗିତ ରଖାଯିବ । ସ୍ଥଗିତ ରହିଥିବା ଦରମାକୁ ପରେ ପ୍ରଦାନ କରାଯିବ । ସ୍ଥିତି ସୁଧାରିବା ପରେ ସେହି ଦରମା ପାଇବେ ।

IAS

ଏହି ନିଷ୍ପତ୍ତିକୁ ରାଜ୍ୟ ଆଇପିଏସ୍‌ ସଂଘ ସ୍ୱାଗତ କରିଛି । ବର୍ତ୍ତମାନର ଘଡ଼ିସନ୍ଧି ସମୟରେ ଅର୍ଥନୈତିକ ସ୍ଥିତିକୁ ଦେଖି ରାଜ୍ୟ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାକୁ ଆମେ ସମର୍ଥନ କରୁଛୁ ବୋଲି ଆଇପିଏସ୍‌ ସଂଘ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଛି ।  ସେହିପରି ଆଇଏଏସ୍‌ ଅଫିସର୍ସ ସଂଘ ମଧ୍ୟ ଏହାକୁ ସମର୍ଥନ କରିଛି ।

ips press note

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.