ରାଜ୍ୟ ତଥା ଦେଶ ବାହାରକୁ ଚାଲିଛି ଭାଲୁ ସ୍ମଗଲିଂ?, ବନବିଭାଗ କହିଲା ରାଜ୍ୟ ସହ ବିଦେଶ ଲିଙ୍କ ରହୁଥିବା ଆଶଙ୍କା

କେନ୍ୟୁଜ୍(ବ୍ୟୁରୋ):   ଭୁବନେଶ୍ୱର ଉପକଣ୍ଠ ଓ ଖୋର୍ଦ୍ଧା ଅଞ୍ଚଳରୁ ୬ ଘଣ୍ଟା ଭିତରେ ୭ ଭାଲୁ ଛୁଆ ଉଦ୍ଧାର ଘଟଣାରେ ତନାଘନା ତଦନ୍ତ । ଭାରତରେ ଭାଲୁ ନାଚ ଓ ସର୍କସରେ ଭାଲୁ ଛୁଆଙ୍କୁ ବ୍ୟବହାର କରାଯିବା ବନ୍ଦ ହେଲାଣି । ତେଣୁ ରାଜ୍ୟ ତଥା ଦେଶ ବାହାରକୁ ଭାଲୁ ସ୍ମଗଲିଂକୁ ନେଇ ବଢୁଛି ସନ୍ଦେହ । ଇନଚାର୍ଜ ପିସିସିଏଫ କହିଛନ୍ତି, ଭାଲୁ ଛୁଆଗୁଡ଼ିକ ମଣିଷଙ୍କ ସଂସ୍ପର୍ଶରେ ଆସିଛନ୍ତି । ସେମାନେ ଗୋଟିଏ ମାଆର କି ନୁହେଁ ସେ ସମ୍ପର୍କରେ ଜାଣିବା ପାଇଁ ଚେଷ୍ଟା କରାଯାଉଛି ।

baby bear

ଭାଲୁ ଛୁଆ କିଏ ଆଣିଥିଲା,ସେମାନଙ୍କୁ କେଉଁଠିକୁ ନିଆ ଯାଉଥିଲା । ଏହା ପଛରେ ଉଦ୍ଦେଶ୍ୟ କଣ ସେ ଦିଗରେ ତଦନ୍ତ ଜାରି ରହିଛି । ବନ୍ୟପ୍ରାଣୀ ବିଶେଷଜ୍ଞ କହିଛନ୍ତି, ଉତ୍ତର ପ୍ରଦେଶ, ହରିୟାନା, ରାଜସ୍ଥାନ ଆଦି ରାଜ୍ୟରେ କଳନ୍ଧର କମ୍ୟୁନିଟି ଲୋକ ଭାଲୁ ନାଚ କରାନ୍ତି । ଏହାସହ ଭିଏତନାମା, ମାଲେସିଆ, ଚୀନରେ ଭାଲୁର ପିତ୍ତକୋଷକୁ ମେଡିସିନରେ ବ୍ୟବହାର କରାଯାଏ । ଏଥିପାଇଁ ମାଆ ଭାଲୁକୁ ଶିକାର କରି ଭାଲୁ ଛୁଆକୁ ଛଡେଇ ଅଣାଯାଇଥିବା ଆଶଙ୍କା କରାଯାଉଛି । ଏଭଳି ସଂଗଠିତ ବନ୍ୟପ୍ରାଣୀ ଅପରାଧ ପଛରେ ବାହାର ରାଜ୍ୟ ସହ ବିଦେଶ ଲିଙ୍କ ରହୁଥିବା ଆଶଙ୍କା କରାଯାଉଛି । ଉଦ୍ଧାର ୭ ଭାଲୁ ଛୁଆଙ୍କୁ ଏବେ ନନ୍ଦନକାନନରେ ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.