ଜନ୍ତାରେ ପଡିଲା ଆମ୍ବଖିଆ ଭାଲୁ, ୪ଦିନ ହେଲା ନୂଆପଡା ଜିଲ୍ଲାପାଳଙ୍କ ବାସଭବନରେ ଖେଳାଇଥିଲା ଆତଙ୍କ

ନୂଆପଡା(କେନ୍ଯୁଜ୍): ଧରାପଡିଲା ଆମ୍ବଖିଆ ଭାଲୁ । ୪ଦିନ ହେଲା ନୂଆପଡା ଜିଲ୍ଲାପାଳଙ୍କ ବାସଭବନରେ ଖେଳାଇଥିଲା ଆତଙ୍କ । ଭାଲୁଟି ଲଗାତାର କିଛିଦିନ ଧରି ଜିଲ୍ଲାପାଳଙ୍କ ବାସଭବନରେ ପଶି ଆମ୍ବ ଖାଇ ଚାଲି ଯାଉଥିଲା । ଭାଲୁକୁ ଧରିବାକୁ ଦୁଇଦିନ ହେବ ଯନ୍ତା ଲଗାଇ ବସିଥିଲା ବନ ବିଭାଗ । ଶେଷରେ ଗତକାଲି ରାତିରେ ଭାଲୁଟି ବନ ବିଭାଗ କର୍ମଚାରିଙ୍କ ହାତରେ ଧରା ପଡିଛି ।

ଭାଲୁଟି ଧରା ପଡିବା ପରେ ତାର ସ୍ୱାସ୍ଥ୍ୟ ପରୀକ୍ଷା କରି ସୁନାବେଡା ଅଭୟାରଣ୍ୟ ଜଙ୍ଗଲରେ ଛାଡି ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.