ସମୁଦ୍ରରେ ଶତ୍ରୁ ଦେଶକୁ ଆକ୍ରମଣ କରିବ ଚୀନର ଯୁଦ୍ଧ ବିମାନ ”ରୋବୋ-ସାର୍କ”

ଚୀନର ଆତଙ୍କ ଦୁନିଆରେ ଏବେ ଭୟାବହ ପରିସ୍ଥିତିରେ ରହିଛି । ଅଧିକାଂଶ ଦେଶ ବିରୁଦ୍ଧରେ ଆକ୍ରାମକ ସ୍ୱଭାବ ରଖିଥିବା ଚୀନ ଏବେ ନୂଆ ଯୁଦ୍ଧ ବିମାନ ବାହାର କରିଛି ।

ସାରା ଦୁନିଆରେ ଅଧିକାଂଶ ଦେଶ ବିରୁଦ୍ଧରେ ଚୀନ ଏମିତି ଏକ ଯୁଦ୍ଧ ବିମାନ ତିଆରି କରୁଛି । ଯାହାକୁ ଜାଣିବା ପରେ ଏବେ ସମସ୍ତେ ଚିନ୍ତାରେ ପଡିଛନ୍ତି । ସୈନ୍ୟ କ୍ଷମତା ତଥା ନିଜ ଯୁଦ୍ଧ ଶକ୍ତିକୁ ଆହୁରି ମଜବୁତ କରିବା ପାଇଁ ଏକ ନୂତନ ଯୁଦ୍ଧ ବିମାନ ତିଆରି କରିଛି ଚୀନ । ଯାହା ପାଣି ମଧ୍ୟରେ ଯାଇ ଶତ୍ରୁଦେଶକୁ ଆକ୍ରମଣ କରିବ ।

ଏହାର ନାମ ”ରୋବୋ-ସାର୍କ” ରଖାଯାଇଛି । ଏହା ଅଣ୍ଡରୱାଟର ରୋବୋଟ ଡ୍ରୋନ । ଏହା ଦେଖିବା ପାଇଁ ବିରାଟକାୟ ସାର୍କ ଭଳି । ଯାହା ପାଣି ଭିତରେ ରହି ଶତ୍ରୁ ଦେଶକୁ ଆକ୍ରମଣ କରିବ । ଏହା ପାଇଁ ଆମରେିକା, ଭାରତ ସମେତ ଅନେକ ଦେଶକୁ ଚିନ୍ତାରେ ପକାଇଛି ।

ଚୀନ ଏହି ମାସ ଜୁଲାଇ ୫ରେ ନିଜର ୭ମ ମିଲିଟାରୀ ଇଣ୍ଟେିଲିଜେନ୍ସ ଟେକ୍ନୋଲୋଜି ଏକ୍ସପୋ ରେଏହି ରୋବୋ ସାର୍କକୁ ବାହାର କରିଛି । ଏହା ଦୂରରୁ ଦେଖିଲେ ଛୋଟ ସାର୍କ ମାଛ ଭଳି । ଏହାର ବିଶେଷତ୍ୱ ହେଉଛି ଏହା ଖୁବ କମ ଶବ୍ଦ କରିବା ସହ ଲମ୍ବା ସମୟ ଧରି ପାଣିରେ ରହିଥାଏ । ଏଥିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ୱାରା ଟାରପିଡୋ ଫାୟାର କରାଯାଇପାରିବ, ଯାହା ଶତ୍ରୁ ଜାହାଜକୁ ସହଜରେ ଧ୍ୱଂସ କରିବ । ଏହି ରୋବୋ ସାର୍କ ୬ମିଲି ଗତିରେ ପାଣିରେ ଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.