ପବିତ୍ର ଶ୍ରୀରାମ ନବମୀ ତିଥିରେ ପୁରୀ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥକାଠର ଚିରଟ ଶୁଭ ଅନୁକୂଳ

ପୁରୀ: ଆଜି ପବିତ୍ର ଶ୍ରୀରାମ ନବମୀ ଅବସରରେ ପୁରୀ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥକାଠ ଚିରଟ ଶୁଭ ଅନୁକୁଳ ହେଲା । ଏଥିପାଇଁ ଶ୍ରୀମନ୍ଦିରରୁ ଲାଗି ମାଳ ମାହାର୍ଦ୍ଦ ନେଇ ଏକ ୩ ଜଣିଆ ଟିମ କଟକ ଯାଇଛନ୍ତି । କଟକ ଖପୁରିଆ ସ୍ଥିତ ଏକ ମିଲରେ ଆଜି ରଥକାଠ ଚିରଟ କାର୍ଯ୍ୟ ଅନୁକୁଳ ହୋଇଛି । ରଥକାଠ ସୁପରଭାଇଜର ସୁଦର୍ଶନ ମେକାପଙ୍କ ନେତୃତ୍ୱରେ ୩ ଜଣିଆ ଟିମ କଟକ ଯାଇ ଏହି କାର୍ଯ୍ୟର ଅନୁକୂଳ କରିଛନ୍ତି । ୩ଟି ଭଉଁରା କାଠକୁ ଆଜି ପୂଜାର୍ଚ୍ଚନା କରାଯାଇ  ଥିବା ବେଳେ ଜାରି ହୋଇଥିବା ଲକ ଡାଉନ ଉଠିବା ପରେ ହିଁ ଆରମ୍ଭ ହେବ ଚିରଟ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାଯାଇଛି । ଗତ ଶ୍ରୀ ପଞ୍ଚମୀ ତିଥିରେ ରଥ କାଠ ଅନୁକୁଳ କରାଯାଇଥିବା ବେଳେ ଆସନ୍ତା ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ ହେବାର କାର୍ଯ୍ୟକ୍ରମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.