Below header

୧୮ବର୍ଷରୁ କମ୍‌ ପିଲା ଚଲାଇପାରିବେ ନାହିଁ ଗାଡି, ଗାଇଡ୍‌ଲାଇନ୍‌ ଜାରି କଲା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ

ଭୁବନେଶ୍ବର: ସ୍କୁଲ ପିଲାଙ୍କୁ ଗାଡି ମନା। ୧୮ବର୍ଷରୁ କମ୍‌ ପିଲା ଗାଡି ଚଲାଇପାରିବେ ନାହିଁ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଯଦି କୌଣସି ଛାତ୍ରଛାତ୍ରୀ ଗାଡି ଚଳାଇବା ସମୟରେ ଧରାପଡନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ଗାଡି ମାଲିକଙ୍କ ସମେତ ସଂପୃକ୍ତ ଛାତ୍ରଛାତ୍ରୀଙ୍କୁ ଜୋରିମାନା ଦେବାକୁ ପଡିବ। ଆଉ ଯଦି ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଗାଡି ନେଇ ଆସୁଥିବେ ତେବେ ସ୍କୁଲ କର୍ତ୍ତୁପକ୍ଷ ତାଙ୍କୁ ବାରଣ କରିବେ । ଏକାଧିକ ସଚେତନ ପରେ ଯଦି ଛାତ୍ରଛାତ୍ରୀ ନମାନନ୍ତି ତେବେ RTOଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି । ନୂତନ ମୋଟରଯାନ ଆଇନ ଆସିବା ପରେ ରାଜ୍ୟ ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଛାତ୍ରଛାତ୍ରୀ ଯେପରି ଦୁର୍ଘଟଣାର ଶିକାର ନହୁଅନ୍ତି ସେଥିପ୍ରତି ଅଧିକ ଗୁରୁତ୍ୱ ଦିଆଯିବା ସହ ସଚେତନତାକୁ ଅଧିକ ଗୁରୁତ୍ୱ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.