ସୂର୍ଯ୍ୟପରାଗ ପାଇଁ ପୁରୀ ଶ୍ରୀମନ୍ଦିରରେ ଲାଗୁ ହେବ ସ୍ୱତନ୍ତ୍ର ନୀତିନିର୍ଘଣ୍ଟ, ଆଜି ରାତି ୮ଟା ୨୦ରୁ ପାକତ୍ୟାଗ ଓ ଦେବନୀତି ନିଷେଧ

ପୁରୀ : ସୂର୍ଯ୍ୟପରାଗ ପାଇଁ ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିନିର୍ଘଣ୍ଟ ଲାଗୁ ହେବ । ଆଜି ରାତି ୮ଟା ୨୦ରୁ ପାକତ୍ୟାଗ ଓ ଦେବନୀତି ନିଷେଧ କରାଯିବ । ଡିସେମ୍ବର ୨୬ ତାରିଖ ସକାଳ ୮ଟା ୨୦ ମିନିଟ ୮ ସେକେଣ୍ଡରେ ସୂର୍ଯ୍ୟପରାଗ ସ୍ପର୍ଶ କରିବ । ୧୧ଟା ୩୦ରେ ହେବ ସର୍ବମୋକ୍ଷ । ଏଥିପାଇଁ ଆଜି ମହାପ୍ରଭୁ ଅପହୁଡ଼ ରହିବେ । ରାତିତମାମ ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ । ପରାଗ ଶେଷ ହେବା ପରେ ମହାପ୍ରଭୂଙ୍କୁ ସ୍ନାନ କରାଯିବ। ୨୬ ତାରିଖ ସକାଳୁ ପୁଣି ଥରେ ରୀତିନୀତି ଅନୁସାରେ ଆରମ୍ଭ ହେବ ନୀତିକାନ୍ତି । ମହାପ୍ରଭୂଙ୍କ ଗ୍ରହଣ ମହାସ୍ନାନ, ତଡପ, ମଇଲମ ଓ ମଙ୍ଗଳ ଆଳତି ପରେ ଅନ୍ୟାନ୍ୟ ନୀତିକାନ୍ତି କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.