Below header

ଏହି ସ୍କୁଟରକୁ ଚଲାଇବା ପାଇଁ ଦରକାର ପଡ଼ିବନି ଡ୍ରାଇଭିଙ୍ଗ ଲାଇସେନ୍ସ, ଡିସେମ୍ବର ୨୩ ରୁ ଆରମ୍ଭ ହୋଇଯାଇଛି ବୁକିଙ୍ଗ

ଦେଶରେ ଇଲେକ୍ଟ୍ରିକ ଗାଡି ମାନଙ୍କର ଲୋକ ପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି । ପରିବେଶ ପ୍ରତି ଅନୁକୂଳ ଥିବା ସହ ଅପେକ୍ଷାକୃତ ଦର କମ ଥିବାରୁ ଏହାକୁ ଅଧିକାଂଶ ଲୋକେ ପସନ୍ଦ କରୁଛନ୍ତି । ତେଣୁ ଅଧିକାଂଶ ଯାନବାହନ ନିର୍ମାଣକାରୀ କମ୍ପାନୀ ମାନଙ୍କ ଠାରୁ ଆରମ୍ଭ କରି ଷ୍ଟାର୍ଟ ଅପ କମ୍ପାନୀ ମାନେ ନୂଆ ନୂଆ ବାଇକ, କାର, ସ୍କୁଟର ମାନଙ୍କୁ ବଜାରରେ ଲଞ୍ଚ କରୁଛନ୍ତି । ନିକଟରେ ଗ୍ରୀବସ କର୍ଟନ ଲିମିଟେଡ଼ର ସହାୟକ କମ୍ପାନି ଏମ୍ପିଆର ଭେହିକଲ ନିଜର ଇଲେକ୍ଟ୍ରିକ ସ୍କୁଟର ‘Reo Elite’  ଲଞ୍ଚ କରିଛି ।

scooter

ଏହି ସ୍କୁଟରର ଦର ପାଖାପାଖି ୪୫ ହଜାର ଟଙ୍କା ଥିବା ବେଳେ ଡ଼ିସେମ୍ବର ମାସ ୨୩ ତାରିଖରୁ ଏହାର ବୁକିଙ୍ଗ ଆରମ୍ଭ ହୋଇଯାଇଛି । କମ୍ପାନୀର ଅଫିସିଆଲ ୱେବସାଇଟରେ ଏହାକୁ ମାତ୍ର ୧,୯୯୯ ଟଙ୍କାରେ ବୁକ କରାଯାଇପାରିବ । Reo Eliteରେ ଆପଣଙ୍କୁ 48v -20 Ah lead-acid   ବ୍ୟାଟେରୀ ଉପଲବ୍ଧ ହେବ । ଆହୁରି ମଧ୍ୟ ଏହି ସ୍କୁଟର ଥରେ ଫୁଲ ଚାର୍ଜ ହେଲେ ୫୫ ରୁ ୬୫ କିଲୋମିଟର ପର୍ଯ୍ୟନ୍ତ ଚାଲିପାରିବ । ଆଉ ମଧ୍ୟ ଏହି ସ୍କୁଟର ଘଣ୍ଟା ପ୍ରତି ୨୫ କିଲୋମିଟର ଚାଲିବାର କ୍ଷମତା ରଖିଛି । ଆଉ ସବୁଠୁ ଗୁରୁତ୍ୱପୂର୍ଣ କଥା ହେଉଛି ଏହାକୁ ଚଳାଇବା ପାଇଁ ଡ୍ରାଇଭିଙ୍ଗ ଲାଇସେନ୍ସର ଦରକାର ପଡିବ ନାହିଁ ।

ଏହା ବାଦ ସ୍କୁଟର ଟିର ସମୁଦାୟ ଓଜନ ୮୬ କିଲୋଗ୍ରାମ ରହିଛି ଯାହାକି ଅନ୍ୟ ସ୍କୁଟର ମାନଙ୍କ ତୁଳନାରେ ହାଲକା ହେବ । ଆଉ ମଧ୍ୟ ରିଓ ଏଲାଇଟ ସ୍କୁଟରରେ ଏଲଇଡି ଡିଜିଟାଲ ଡ୍ୟାସବୋର୍ଡ, ଡୁଆଲ ଶକ ଓ ୟୁଏସବି ଚାରଜିଙ୍ଗ ପରି ଆଡ଼ଭାନ୍ସଏଡ଼ ଫିଏଚର୍ସ ମାନ ମଧ୍ୟ ମିଳିବ । ସ୍କୁଟର ବୁକ କରୁଥିବା ଗ୍ରାହକଙ୍କୁ ଫ୍ରି ହେଲ୍ମେଟ ଯୋଗାଇଦିଆଯିବ ବୋଲି କମ୍ପାନୀ ତରଫରୁ ସ୍ପଷ୍ଟ କରାଯାଇଛି । ରେଡ଼, ୱହଇଟ , ବ୍ଲୁ ଓ ବ୍ଲାକ ପରି ଚାରୋଟି କଲରରେ ବଜାରରେ ଉପଲବ୍ଧ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.