ଢେଙ୍କାନାଳ କଙ୍କଡାହାଡ଼ ବିରାଶାଳ ଏଆରଷ୍ଟ୍ରିପରୁ ଏକା ସାଙ୍ଗରେ ଉଡ଼ାଣ ଭରିଛି ୪ଟି ବିମାନ

ଢେଙ୍କାନାଳ: ବିରାଶାଳରୁ ପୁଣି ଉଡିଲା ବିମାନ । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବିରାଶାଳ ଏଆରଷ୍ଟ୍ରିପରୁ ଏକା ସାଙ୍ଗରେ ୪ଟି ବିମାନ ଉଡ଼ାଣ ଭରିଛି । ପାଇଲଟ ଟ୍ରେନିଂ ନେଉଥିବା ୨୫ ଜଣ ଛାତ୍ରଛାତ୍ରୀ ଉଡ଼ାଣ ଭରିଛନ୍ତି । ଗଭର୍ଣ୍ଣମେଣ୍ଟ ଏଭିଏସନ୍‌ ଟ୍ରେନିଂ ଇଷ୍ଟିଚ୍ୟୁଟ ତରଫରୁ ଏଠାରେ ତାଲିମ ଦିଆଯାଇଛି । ଏଠାରେ ୪ ଜଣ ପ୍ରଶିକ୍ଷକ ଅଛନ୍ତି । ତାଲିମ ନିମନ୍ତେ ୬ଟି ବିମାନ ଅଛି । ପ୍ରାୟ ୯ କୋଟି ଟଙ୍କା ବ୍ୟୟରେ ୫୭ ଏକର ଜମିରେ ଏହି ଏୟାରଷ୍ଟ୍ରିପ ନିର୍ମାଣ ହୋଇଛି । ଏହାର ଲମ୍ବ ଏକ କିଲୋମିଟର । ୧୯୭୧ରେ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀ ଏଠାରେ ବିମାନରେ ଅବତରଣ କରିଥିଲେ । ପରେ ରାଜ୍ୟ ସରକାର ଏହାର ପୁନରୁଦ୍ଧାର କରିବା ପରେ ତାଲିମ କେନ୍ଦ୍ର ପାଇଁ କେନ୍ଦ୍ର ଅନୁମୋଦନ ଦେଇଥିଲା । ବିମାନ ଦେଖିବାକୁ ଛାତ୍ରଛାତ୍ରୀଙ୍କ ଭିଡ ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.