Below header

୨୫ ହଜାର ଲାଞ୍ଚ ନେଇ ଧରାପଡିଲେ ବ୍ରହ୍ମପୁର ମହାନଗର ନିଗର କର୍ମଚାରୀ, ଫାଇଲ ପ୍ରୋସେସିଂ ପାଇଁ ନେଉଥିଲେ ଲାଞ୍ଚ

ବ୍ରହ୍ମପୁର(କେନ୍ୟୁଜ୍ ): ୨୫ ହଜାର ଟଙ୍କା ଲାଞ୍ଚ ନେଇଥିବା ବେଳେ ଭିଜିଲାନସ ଦ୍ୱାରା ଧରାପଡ଼ିଲେ ବ୍ରହ୍ମପୁର ମହାନଗର ନିଗମର ଅଫିସ ଆସିଷ୍ଚାଣ୍ଟ ଲକ୍ଷ୍ମୀ ପ୍ରସାଦ ରାଓ । ବ୍ରହ୍ମପୁର ମହାନଗର ନିଗମର ସିଟି ହାଇସ୍କୁଲ ନିକଟରେ ଥିବା ଦୋକାନ ନଂ ୧୩ର ଘର ମାଲିକାନା ବଦଳାଇବା ନିମନ୍ତେ ଫାଇଲ ପ୍ରୋସେସିଂ କରିବା ଲାଗି ନିଳାଞ୍ଚଳ ସାହୁ ନାମକ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଧରାପଡିଛନ୍ତି । ଲାଞ୍ଚ ନେଉଥିବା ଟଙ୍କା ତାଙ୍କ ଠାରୁ ଜବତ ହୋଇଛି । ଦୋକାନ ଗୃହ ବଦଳାଇବା ପାଇଁ ଲକ୍ଷ୍ମୀ ପ୍ରସାଦ ୩୦ ହଜାର ଟଙ୍କା ଲାଞ୍ଚ ଦାବୀ କରିଥିଲେ । ଆଜି ପ୍ରଥମ ପର୍ଯ୍ୟାୟରେ ୨୫ ହଜାର ଟଙ୍କା ଦେବା ପାଇଁ ଉଭୟଙ୍କ ମଧ୍ୟରେ କଥା ବାର୍ତ୍ତା ହୋଇଥିଲା । ପରେ ଏନେଇ ନିଳାଞ୍ଚଳ ଦୁର୍ନୀତି ନିବାରଣ ବିଭାଗର ଦ୍ୱାରାସ୍ଥ ହୋଇଥିଲେ । ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ବିଏମସି କର୍ମଚାରୀ ଲକ୍ଷ୍ମୀ ଗତ ବର୍ଷ ମାର୍ଚ୍ଚ ମାସରେ ନିଜ ଚାକିରୀରୁ ଅବସରପ୍ରାପ୍ତ ନେଇଥିବା ବେଳେ ପୁଣି କାର୍ଯ୍ୟରେ ନିୟୋଜିତ କରାଯାଇଥିଲା । ତେବେ ଆଜି ଲାଞ୍ଚ ନେଇ ଗିରଫ ହେବା ପରେ ତାଙ୍କର ବାସ ଗୃହ ଓ କାର୍ଯ୍ୟାଳୟରେ ଭିଜିଲାନସ ଟିମ୍ ଚଢାଉ କରିଥିବା ବ୍ରହ୍ମପୁର ଭିଜିଲାନସ ଏସପି ମାୟାଧର ସ୍ୱାଇଁ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.