ବିଜେପି ପକ୍ଷରୁ ୬ ଘଣ୍ଟିଆ ଭଦ୍ରକ ବନ୍ଦ ଡାକରା

ଭଦ୍ରକ(କେନ୍ୟୁଜ୍) : ଭଦ୍ରକରେ ୬ ଘଣ୍ଟିଆ ବନ୍ଦ ଡାକରା । ବୟନ ଶିଳ୍ପ ପାଇଁ ଜମି ଦେବାରେ ରାଜ୍ୟ ସରକାର ବିଳମ୍ବ କରୁଥିବା ଅଭିଯୋଗ କରିଛି ବିଜେପି । ଏହାର ପ୍ରତିବାଦରେ ଦଳ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଦଳୀୟ କର୍ମୀ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ୧୬ ନମ୍ବର ଜାତୀୟ ରାଜପଥରେ ରାସ୍ତା ଅବରୋଧ ଯୋଗୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଦୋକାନ ବଜାର, ସ୍କୁଲ କଲେଜ ଓ ସରକାରୀ କାର‌୍ୟ୍ୟାଳୟ ମଧ୍ୟ ବନ୍ଦ ରହିଛି । ସେପଟେ ବନ୍ଦ ଯୋଗୁ ଟ୍ରେନ୍‌ ସେବା ମଧ୍ୟ ପ୍ରଭାବିତ ହୋଇଛି । ଭଦ୍ରକ ଷ୍ଟେସନରେ ଭଦ୍ରକ-ପଲାସା ପାସେଞ୍ଜର ଓ ମଞ୍ଜୁରୀରୋଡ୍‌ରେ ଯାଜପୁର-ଖଡ଼ଗପୁର ପାସେଞ୍ଜରକୁ ଅଟକ ରଖିଛନ୍ତି ଆନ୍ଦୋଳନକାରୀ । ଜିଲ୍ଲାର ୭ଟି ବ୍ଲକରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି ।

Leave A Reply

Your email address will not be published.