ଏନ୍କ୍ଲୋଜରରୁ ମୁକ୍ତ ହୋଇ ଅଭୟାରଣ୍ୟରେ ବୁଲିବ ‘ସୁନ୍ଦରୀ’, ଜଙ୍ଗଲରେ ବାଘୁଣୀକୁ ଜଗିବେ ୨ କୁମ୍କୀ ହାତୀ

ଅନୁଗୁଳ(କେନ୍ୟୁଜ୍) : ଏନକ୍ଲୋଜର ଛାଡି ଅଭୟାରଣ୍ୟରେ ବୁଲିବ ବାଘୁଣୀ ସୁନ୍ଦରୀ । ବାଘୁଣୀକୁ ଜଙ୍ଗଲରେ ଜଗିବେ ୨ କୁମ୍କୀ ହାତୀ ମହେନ୍ଦ୍ର ଓ ରାଜକୁମାର । ଶିମିଳିପାଳ ଅଭୟାରଣ୍ୟରୁ ସାତକୋଶିଆକୁ ଦୁଇ ହାତୀଙ୍କୁ ଅଣାଯାଇଛି । ୨୩ ଜଣିଆ ବିଶେଷଜ୍ଞ ଦଳ ଏକ ସ୍ୱତନ୍ତ୍ର ଗାଡ଼ିରେ ହାତୀଙ୍କୁ ଶିମିଳିପାଳ ଆଣିଛନ୍ତି । ସୁନ୍ଦରୀ ମଣିଷ ଶୀକାର କରିବା ଅଭିଯୋଗ ହେବା ପରେ ବନବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ପୂର୍ବରୁ କୁମକୀ ହାତୀଙ୍କୁ ଅଣାଯିବା ନେଇ ବିବାଦ ଲାଗି ରହିଥିଲା । ତେବେ ଗାଁ ଲୋକଙ୍କୁ ବୁଝାସୁଝା କରି ହାତୀଙ୍କୁ ଅଣାଯାଇଛି । ମଣିଷ ଶୀକାର ଅଭିଯୋଗ ପରେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରି ନଭେମ୍ବର ୬ତାରିଖରୁ ସାତକୋଶିଆ ଅଭୟାରଣ୍ୟ ରାଇଗୁଡ଼ାରେ ସ୍ୱତନ୍ତ୍ର ଏନକ୍ଲଜୋରରେ ରଖାଯାଇଛି ।