Below header

୪ଦଫା ଦାବିନେଇ ଭଦ୍ରକ-ଧାମରା ରେଳପଥର ଯଶୀପୁର ବଳସାହିଠାରେ ରେଳରୋକ

ଚାନ୍ଦବାଲି: ୪ଦଫା ଦାବି ନେଇ ଭଦ୍ରକ-ଧାମରା ରେଳପଥର ଯଶୀପୁର ବଳସାହିଠାରେ ରେଳରୋକ । ନୂଆଗାଁ,ଯଶୀପୁର,ଜଳେଶ୍ବରପୁର ପଞ୍ଚାୟତର ଶତାଧିକ ଲୋକେ ବଳସାହି ରେଳ ଫାଟକ ନିକଟରେ ଧାମରା ଅଭିମୁଖେ ଯାଉଥିବା ଏକ ଟ୍ରେନକୁ ଅଟକାଇବା ସହ ଆନ୍ଦୋଳନ ଜାରି ରଖିଛନ୍ତି।

rail rok protestସ୍ଥାନୀୟ ବେକାରୀ ଯୁବକଙ୍କୁ ନିଯୁକ୍ତି, ରେଳପଥରେ ଥିବା ପୋଲ ଗୁଡିକୁ ସଫା କରାଯାଇ ନଦୀ ସହ ସଂଯୋଗ , ପେରିଫେରି ନିୟମ ଅନୁସାରେ ସ୍ଥାନୀୟ ପଞ୍ଚାୟତର ଉନ୍ନତି ମୂଳକ କାର୍ଯ୍ୟ ସହ କ୍ଷତିଗ୍ରସ୍ତ ଜମିହରା ଓ ବାସହରା ପରିବାରକୁ ଉଚିତ ଅର୍ଥ ରାଶି ପ୍ରଦାନ ଦାବିନେଇ କରାଯାଇଛି ରେଳରୋକ । ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ପୋଲିସ ମୁତୟନ କରାଯିବା ସହ ଆନ୍ଦୋଳନକାରୀଙ୍କ ସହ ଆଲୋଚନା ଚାଲିଛି। ତେବେ ଏହିସବୁ ଦାବି ପୁରଣ ନହେବି ପର୍ଯ୍ୟନ୍ତ ରେଳରୋକ ଚାଲିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.