କରଞ୍ଜିଆ ସହରକୁ ୩ଦିନ ସଟ୍ ଡାଉନ୍ ଘୋଷଣା କଲା ବ୍ୟବସାୟୀ ସଙ୍ଘ

କରଞ୍ଜିଆ : ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ସହରରେ ଦିନକୁଦିନ କରୋନା ମହାମାରୀ ଦ୍ରୁତ ଗତିରେ ମାଡି ଚାଲିଛି । ଯାହାକୁ ଆଖି ଆଗରେ ରଖି କରଞ୍ଜିଆ ବଣିକ ସଙ୍ଘ ଏବଂ କରଞ୍ଜିଆ ବାସୀଙ୍କ ତରଫରୁ ଆଜିଠୁ ତିନିଦିନ ଧରି ବନ୍ଦ ପାଳନ କରିବାକୁ ମାଇକ ଯୋଗେ ଘୋଷଣା କରାଯାଇଛି। ଆସନ୍ତା ୧ତାରିଖ ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦୋକାନ ଖୋଲାରହିବ ବୋଲି କୁହାଯାଇଛି ।

କେବଳ ଅତ୍ୟାବଶ୍ୟକ ସାମଗ୍ରୀ, ପେଟ୍ରୋଲ ପମ୍ପ, ଔଷଧ ଦୋକାନ, ଦୁଗ୍ଧ କେନ୍ଦ୍ର ଆଦି ଉପରୁ କଟକଣା ଉଠାଇ ଦିଆଯାଇଛି। କରଞ୍ଜିଆ ସହରରେ ଥିବା ଉପଖଣ୍ଡ ଚିକିତ୍ସାଳୟ, କରଞ୍ଜିଆ ପୋଲିସ ଷ୍ଟେସନ, ଏନ ଏ ସି ଅଫିସ, ମହାବିଦ୍ୟାଳୟର ଅଧ୍ୟାପକଙ୍କ ସମେତ ବହୁ ଅନୁଷ୍ଠାନର କର୍ମକର୍ତା ମାନଙ୍କ ପଜିଟିଭ୍ ରିପୋର୍ଟ ଆସିଥିବା ଜଣାପଡିଛି। ଖାଲି ସେତିକି ନୁହେଁ ହସ୍ପିଟାଲ ଗୁଡିକରେ ଡ଼କ୍ଟର ମାନେ ମଧ୍ଯ ସଂକ୍ରମିତ ଥିବା ସୂଚନା ମିଳିଛି । ତେଣୁ ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ ବୋଲି ମାଇକ୍ ଯୋଗେ ବିଭିନ୍ନ ସ୍ଥାନ ବୁଲି ବୁଲି ନିବେଦନ କରାଯାଇଛି ।