Below header

ଭଦ୍ରକ: ସ୍ୱାସ୍ଥ୍ୟକର୍ମୀଙ୍କ ସହ ସ୍ୱାସ୍ଥ୍ୟ ପରିଦର୍ଶିକାଙ୍କ ଚେତାବନୀ, ଦାବି ପୂରଣ ନହେଲେ ନେବେ ନାହିଁ ଟିକା

ଚାନ୍ଦବାଲି(କେନ୍ୟୁଜ୍): ଆଜିଠାରୁ ସାରା ଦେଶରେ କରୋନା ଟୀକା ଦିଆଯିବା ଆରମ୍ଭ ହୋଇଛି । ଭଦ୍ରକ ଜିଲ୍ଲାରେ ମଧ୍ୟ କରୋନା ଟୀକାଦାନ ଆରମ୍ଭ ହୋଇଛି । ହେଲେ କରୋନା ମହାମାରୀର କରାଳ ରୂପ ସମୟରେ କରୋନା ଯୋଦ୍ଧା ଭାବେ ପ୍ରମୁଖ କାର୍ଯ୍ୟ କରିଥିବା ପୁରୁଷ ଓ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ସ୍ୱାସ୍ଥ୍ୟ ପରିଦର୍ଶିକା ନିଜର ଦାବି ପୂରଣ ନହେଲେ ଏହି କରୋନା ଟିକା ନେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।

ସେହିପରି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗୋଷ୍ଠୀୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ୪୫ଜଣ ସ୍ୱାସ୍ଥ୍ୟ କର୍ମୀ ଏହି ଟିକା ନେବେନାହିଁ ବୋଲି ଏକ ଲିଖିତ ଦାବି ସିଡିଏମଓଙ୍କୁ ପ୍ରଦାନ କରିଛନ୍ତି । କ୍ୟାଡର ପୁନରଗଠନ , ପଦବୀ ପରିବର୍ତ୍ତନ ଆଦି ପ୍ରମୁଖ ଦାବି ଯଦି ପୂରଣ ନହୁଏ ତେବେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀ ଓ  ପରିଦର୍ଶକମାନେ କରୋନା ଟିକା ନେବେ ନାହିଁ କିନ୍ତୁ କଲାବ୍ୟାଚ ପିନ୍ଧି କାର୍ଯ୍ୟରେ ସହେଯାଗ କରିବେ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.