Below header

ହ୍ଵାଟସଆପ୍‌ ୟୁଜର୍ସଙ୍କୁ ଆଶ୍ୱସ୍ତି, ତିନିମାସ ଯାଏ ଦେବାକୁ ପଡ଼ିବିନି ବ୍ୟକ୍ତିଗତ ତଥ୍ୟ

କେନ୍ୟୁଜ୍(ବ୍ୟୁରୋ): ବଢିଲା ହ୍ଵାଟସ୍‌ଆପ୍‌ର ପ୍ରାଇଭେସୀ ପଲିସି ଲାଗୁ ତାରିଖ। ତିନି ମାସ ପାଇଁ ଘୁଞ୍ଚିଲା । ଫେବ୍ରୁଆରି ୯ରୁ ପ୍ରାଇଭେସି ପଲିସି ଲାଗୁ କରିବାକୁ କଂପାନୀ ଘୋଷଣା କରିଥିଲା। କିନ୍ତୁ ଚାରିଆଡୁ ସମାଲୋଚନା ଓ ପ୍ରତିବାଦ ପରେ ବର୍ତ୍ତମାନ ପାଇଁ ଏହାକୁ ସ୍ଥଗିତ ରଖାଯାଇଛି। ମେ’ ମାସରୁ ପ୍ରାଇଭେସୀ ପଲିସି ଲାଗୁ ହେବ ବୋଲି କଂପାନୀ ପକ୍ଷରୁ କୁହାଯାଇଛି। ୟୁଜର୍ସଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ଦ୍ୱନ୍ଦ୍ୱ ଦୂର କରାଯିବ ବୋଲି କଂପାନୀ କର୍ତ୍ତୃପକ୍ଷ କହିଛନ୍ତି । ୮ ଫେବ୍ରୁଆରିରୁ କୌଣସି ଆକାଉଣ୍ଟ ରଦ୍ଦ କିମ୍ବା ବନ୍ଦ ହେବ ନାହିଁ।

ପୂର୍ବରୁ ଫେବ୍ରୁଆରୀ ୮ ସୁଦ୍ଧା ସମସ୍ତ ୟୁଜର୍ସଙ୍କୁ ବ୍ୟକ୍ତିଗତ ତଥ୍ୟ ଦେବାକୁ କମ୍ପାନୀ ପକ୍ଷରୁ କୁହାଯାଇଥିଲା। ଏନେଇ ଭାରତର ହ୍ଵାଟ୍‌ସଆପ୍‌ ୟୁଜର୍ସଙ୍କ ପାଖକୁ ପପ୍‌ ଅପ୍‌ ଆସିଥିଲା। ଏଥିରେ କମ୍ପାନୀର ନିୟମାବଳୀ ପାଳନ କରିବାକୁ କୁହାଯାଉଛି । ଆସନ୍ତୁ ନଜର ପକାଇବା ନୂଆ ପ୍ରାଇଭେସି ପଲିସିରେ କଣ ମାଗିଥିଲା ହ୍ଵାଟସ୍‌ ଆପ୍‌ ।

  • ଡିଭାଇସ ଆଇଡି
  • ୟୁଜର୍ସ ଆଇଡି
  • ଆର୍ଡଭାଟାଇଜିଂ ଡାଟା
  • ପର୍ଚେଜ ହିଷ୍ଟ୍ରି
  • ଫୋନ ନମ୍ବର
  • ଇମେଲ ଆଡ୍ରେସ
  • କଣ୍ଟାକ୍ଟସ୍‌
  • ପେମେଣ୍ଟ ଇନଫରମେସନ
  • କଷ୍ଟମର ସପୋର୍ଟ
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.