Below header

ଭଦ୍ରକ:କରୋନାକୁ ନେଇ ଗୁଜବ ସୃଷ୍ଟି ଅଭିଯୋଗରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କଲା ଟାଉନ ଥାନା ପୋଲିସ

ଭଦ୍ରକ(କେନ୍ୟୁଜ): ଗତକାଲି ଚିହ୍ନଟ ହୋଇଥିବା ଚତୁର୍ଥ କରୋନା ଆକ୍ରାନ୍ତଙ୍କୁ ନେଇ ଗୁଜଵ ଆରମ୍ଭ କରିଦେଇଥିଲେ କିଛି ଲୋକେ। ହ୍ୱାଟ୍ସଆପ୍ ମାଧ୍ୟମରେ କରୋନା ଆକ୍ରାନ୍ତଙ୍କର ଫଟୋ ଓ ସେ ଦୁବାଇରେ ଚାକିରି କରିଥିବା ସଂସ୍ଥାର ତଥ୍ୟକୁ ଲୋକଲୋଚନକୁ ଆଣିଥିଲେ। ଯାହା Covid-19 ନିୟମକୁ ଉଲଂଘନ କରୁଛି। ଏହି ଘଟଣାକୁ ନେଇ ଭଦ୍ରକ ପୋଲିସ ତନାଘନା କରିଥିଲା । ଏହା ସହିତ କରୋନାକୁ ନେଇ ବିଭିନ୍ନ ବିଭ୍ରାନ୍ତିକର ତଥ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରୁଥିବା ଲୋକଙ୍କୁ ମଧ୍ୟ ଖୋଜୁଥିଲା। ଏବେ ସେହି ଗୁଜବକୁ ସୃଷ୍ଟି କରିଥିବା ୩ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ଭଦ୍ରକ ଟାଉନ୍ ଥାନା ପୋଲିସ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.