କରୋନା ଭାଇରସ୍‌ ପାଇଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ସବୁ ଛାତ୍ରଛାତ୍ରୀ ପାସ୍‌, ସିବିଏସ୍‌ଇ କଲା ଘୋଷଣା

କରୋନା ଭାଇରସ୍‌ ମହାମାରୀକୁ ଦୃଷ୍ଟିରେ ରଖି ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେସନ୍‌(ସିବିଏସ୍‌ଇ) ତା’ର ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ପାସ୍‌ ଘୋଷଣା କରିଛି ।

ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ମିଳିବା ପରେ ସିବିଏସ୍‌ଇ ଏହି ଘୋଷଣା କରିଛି । ଫଳରେ ସିବସଏସ୍‌ଇ ୧ମରୁ ୮ମ ଶ୍ରେଣୀ ଯାଏ ସମସ୍ତ ଛାତ୍ରଛାତ୍ରୀଙ୍କୁ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରିଛି ।

ଏଥିସହ ନବମରୁ ଏକାଦଶ ଶ୍ରେଣୀ ଯାଏ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ପ୍ରୋଜେକ୍ଟ, ପିରିଓଡିକ୍‌ ଟେଷ୍ଟ ଓ ଟର୍ମ ଏକ୍‌ଜାମ୍‌ ଭଳି ଇଣ୍ଟରନାଲ ଆସେସମେଣ୍ଟ ଅନୁଯାୟୀ ଉତ୍ତୀର୍ଣ୍ଣ କରାଯିବ ବୋଲି ବୋର୍ଡ ଘୋଷଣା କରିଛି । ଏନ୍‌ସିଆର୍‌ଟି ସହ ପରାମର୍ଶ ପରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ବୋର୍ଡ ପ୍ରକାଶ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.