ରାଜ୍ୟ ପାଇଁ ଖୁସି ଖବର, ପ୍ରଥମ ବ୍ୟକ୍ତି ଭାବେ ସୁସ୍ଥ ହେଲେ ଦ୍ୱିତୀୟ କରୋନା ପଜେଟିଭ୍‌

ଭୁବନେଶ୍ୱର (କେ ନ୍ୟୁଜ୍‌) : ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟର ଦ୍ୱିତୀୟ କରୋନା ପଜେଟିଭ୍‌ ବ୍ୟକ୍ତି ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ତାଙ୍କୁ ଆଜି ହସପିଟାଲରୁ ଡିସଚାର୍ଜ କରାଯାଇଛି । ଏ ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଟ୍ଵିଟ୍‌ କରି ସୂଚନା ଦିଆଯାଇଛି । ସୁସ୍ଥ ହୋଇଥିବା ଏହି ଯୁବକ ଜଣକ ଭୁବନେଶ୍ୱରର । ତାଙ୍କ ବୟସ ୧୯ ବର୍ଷ । ସେ ଭୁବନେଶ୍ୱର ଏମ୍‌ସରେ ଚିକିତ୍ସିତ ହେଉଥିଲେ ।

ଗତକାଲି ସୁଦ୍ଧା ରାଜ୍ୟରେ ୪ ଜଣ ପଜେଟିଭ୍‌ ଥିଲେ । ଆଜି ରାତି ସୁଦ୍ଧା ଏହି ସଂଖ୍ୟା ୩କୁ ଆସିଛି । ତେଣୁ ଏ କଥା ସ୍ପଷ୍ଟ ଯେ ଉପଯୁକ୍ତ ଭାବେ ଚିକିତ୍ସାରେ ରହିଲେ କରୋନାକୁ ବି ହରାଇ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.