Below header

ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଭଦ୍ରକ ଏସ୍‌ପି ଚରଣ ସିଂହ ମିନା

ଭଦ୍ରକ (କେ ନ୍ୟୁଜ): ଏକ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଭଦ୍ରକ ଏସ୍‌ପି ଚରଣସିଂହ ମିନା । ୧୬ ନମ୍ବର ଜାତୀୟ ରାଜପଥର ଭଣ୍ଡାରୀ ପୋଖରୀ ଛକ ନିକଟରେ ଏସପିଙ୍କ ଗାଡିକୁ ଅଚାନକ ଗୋଟିଏ ଟ୍ରକ୍‌ ସାଇଡ୍‌ ମାରିଥିଲା । ତେବେ ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଓ ସୌଭାଗ୍ୟକୁ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଭଦ୍ରକ ଏସପି ।

ସୂଚନାରୁ ଜଣାଯାଇଛି ଯେ ଆଜି ସକାଳ ସମୟରେ ନୂଆ କରି ଦାୟିତ୍ୱ ନେଇଥିବା ଭଦ୍ରକ ଏସପି ଚରଣ ସିଂ ମିନା ଆଖୁଆପଦା ଚେକ ପୋଷ୍ଟ ତନଖି କରି ଭଦ୍ରକ ଫେରୁଥିଲେ ।ଏହି ସମୟରେ ଭଣ୍ଡାରୀ ପୋଖରୀ ଛକ ନିକଟରେ ଗୋଟିଏ ଟ୍ରକ ତାଙ୍କ ଗାଡ଼ିକୁ ସାଇଡ୍‌ ମାରିଦେଲା । ଫଳରେ ତାଙ୍କ ଗାଡିରେ ସାମାନ୍ୟ ମାଡ଼ ହୋଇଛି । ଏହି ଘଟଣା ପାଇଁ ଟ୍ରକଟିକୁ ଭଣ୍ଡାରିପୋଖରୀ ଠାରେ ଟ୍ରକ୍‌ ସହିତ ଡ୍ରାଇଭରକୁ ପୋଲିସ ଅଟକ ରଖି ପଚରା ଉଚୁରା କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.