Below header

ଭଦ୍ରକ ବାସୁଦେବପୁର ଅତିରିକ୍ତ ତହସିଲଦାର ଓ ଆରଆଇଙ୍କୁ ବାଲି ମାଫିଆଙ୍କ ମାଡମରା ଘଟଣାର ପ୍ରତିବାଦ

ବାସୁଦେବପୁର (କେନ୍ୟୁଜ୍) : ଭଦ୍ରକ ବାସୁଦେବପୁର ଅତିରିକ୍ତ ତହସିଲଦାର ଓ ଆରଆଇଙ୍କୁ ବାଲି ମାଫିଆଙ୍କ ମାଡମରା ଘଟଣାକୁ ରାଜସ୍ୱ ସେବା ସଂଘ ଓ ପ୍ରଶାସନିକ ସେବା ସଂଘର କଡ଼ା ପ୍ରତିବାଦ । ଏ ନେଇ ଅତିରିକ୍ତ ଜିଲ୍ଲାପାଳ ସମସ୍ତ ୭ଟି ତହସିଲରର ତହସିଲଦାର, ଅତିରିକ୍ତ ତହସିଲଦାର ଓ ରାଜସ୍ୱ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

ଗତକାଲି ଭଦ୍ରକ ବାସୁଦେବପୁର ବ୍ଲକର ପଦ୍ମପୁର ପଞ୍ଚାୟତରେ ଅତିରିକ୍ତ ତହସିଲଦାର ଓ ଆରଆଇଙ୍କୁ ମାଡ଼ ମାରିଥିଲେ ବାଲି ମାଫିଆ। ଏକ ସରକାରୀ ଜମିରୁ ଜେସିବି ଜରିଆରେ ମାଟି ଉଠାଯାଉଥିବା ଖବର ପାଇ, ଘଟଣା ସ୍ଥଳରେ ପହଞ୍ଚିଥିଲେ ଅତିରିକ୍ତ ତହସିଲଦାର। ମାଟି ଖୋଳିବାକୁ ବାରଣ କରିବାରୁ ଅତିରିକ୍ତ ତହସିଲଦାର, ଆରଇ ଓ ତାଙ୍କ ଡ୍ରାଇଭର ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ଏ ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.