ପରଲୋକରେ ପୂର୍ବତନ ମନ୍ତ୍ରୀ ଭାଗବତ ମହାନ୍ତି, ୯୨ ବର୍ଷ ବୟସରେ ଦେହାନ୍ତ

ଭୁବନେଶ୍ବର (କେନ୍ୟୁଜ୍) : ପରଲୋକରେ ପୂର୍ବତନ ମନ୍ତ୍ରୀ ଭାଗବତ ମହାନ୍ତି। ୯୨ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି। କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳିରୁ ୩ଥର ବିଧାୟକ ହୋଇଥିଲେ ଭାଗବତ ମହାନ୍ତି।  ରାଜସ୍ୱ ଓ ଶିକ୍ଷାମନ୍ତ୍ରୀ ଭାବେ ୨ଥର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି। ଭାଗବତଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ରାଜ୍ୟ ଜଣେ ଦକ୍ଷ ପ୍ରଶାସକ ଓ ବରିଷ୍ଠ ରାଜନେତାଙ୍କୁ ହରାଇଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭାଗବତଙ୍କ ପରିବାରକୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.