Below header

ନିର୍ଭୟା ଗଣଦୁଷ୍କର୍ମକାରୀଙ୍କୁ ଫାଶୀଖୁଣ୍ଟରେ ଝୁଲାଇବା ପାଇଁ ଘାତକ ହେବାକୁ ପ୍ରସ୍ତୁତ ଅଛନ୍ତି ଏହି ହେଡ୍‌ କନେଷ୍ଟବଳ

ତେଲେଙ୍ଗାନା ପୋଲିସ ତରଫରୁ ହାଇଦ୍ରାବାଦର ଭେଟେନାରୀ ଡାକ୍ତରାଣୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ସମସ୍ତ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର ପରେ ଏବେ ନିର୍ଭୟାର ଦୋଷୀଙ୍କୁ ମଧ୍ୟ ଖୁବ୍‌ଶୀଘ୍ର ଫାଶୀ ଦେବାକୁ ଦାବି ହୋଇଛି। ତେବେ ତିହାର ଜେଲରେ ଘାତକ ନଥିବାରୁ ଦୋଷୀକୁ ଫାଶୀ ଦେବା ତାରିଖ ନିର୍ଦ୍ଧାରିତ ହୋଇପାରୁନଥିଲା। ଏହି ଖବର ଶୁଣିବା ପରେ ତାମିଲନାଡୁର ରାମନାଥପୁରମ୍‌ ଜିଲ୍ଲାର ଜଣେ ହେଡ୍‌ କନେଷ୍ଟବଳ ତିହାର ଜେଲରେ ମୃତ୍ୟୁଦଣ୍ଡ ପାଇଥିବା ଦୋଷୀଙ୍କୁ ଫାଶୀଖୁଣ୍ଟରେ ଝୁଲାଇବା ପାଇଁ ଘାତକ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

ଦିଲ୍ଲୀର ଜେଲ ଡିଜିପିଙ୍କୁ ଲେଖିଥିବା ପତ୍ରରେ ହେଡ୍‌ କନେଷ୍ଟବଳ ସୁବାସ ଶ୍ରୀନିବାସ କହିଛନ୍ତି, ‘ମୁଁ ତିହାର ଜେଲରେ ଘାତକ ଭାବେ କାମ କରିବାକୁ ପସନ୍ଦ କରିବି।’ ଏହି କାମ ପାଇଁ ସେ କିଛି ପାଉଣା ନେବେ ନାହିଁ ବୋଲି ମଧ୍ୟ କହିଛନ୍ତି। ସେ କହିଛନ୍ତି ମୁଁ କେବଳ ଏତିକି ଚାହୁଁଛି ଦିଲ୍ଲୀ ନିର୍ଭୟା ମାମଲାର ଦୋଷୀଙ୍କୁ ତୁରନ୍ତ ଦଣ୍ଡ ମିଳୁ।

ଏହାସହ ପଢ଼ନ୍ତୁ: ବଳାତ୍କାରୀଙ୍କୁ ଚେତାବନୀ ହେଲେ ତେଲେଙ୍ଗାନାର ମନ୍ତ୍ରୀ, କହିଲେ ‘ଭୁଲ କଲେ ହେବ ଏନ୍‌କାଉଣ୍ଟର’

ସୂଚନାଯୋଗ୍ୟ ଯେ, ୨୦୧୨ ମସିହା ଡିସେମ୍ବର ୧୬ ତାରିଖର ଦିଲ୍ଲୀରେ ଚଳନ୍ତା ବସ୍‌ରେ ଜଣେ ଯୁବତୀଙ୍କୁ ଅତ୍ୟନ୍ତ ବର୍ବରତାର ସହ ଦୁଷ୍କର୍ମ କରାଯାଇଥିଲା। ଗଣଦୁଷ୍କର୍ମ ପରେ ୧୩ ଦିନ ପର୍ଯ୍ୟନ୍ତ ନିର୍ଭୟା ମୃତ୍ୟୁ ସହ ସଂଗ୍ରାମ କରି କରି ଶେଷରେ ହାରିଯାଇଥିଲା। ଡିସେମ୍ବର ୨୯ ତାରିଖରେ ତାଙ୍କ ମୃତ୍ୟୁ ଘଟିଥିଲା। ମାତ୍ର ୭ ବର୍ଷ ବିତିଥିଲେ ମଧ୍ୟ ଆଜିଯାଏଁ ଦୋଷୀ ଦଣ୍ଡ ପାଇପାରିନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.