Reliance Jio ୟୁଜର୍ସଙ୍କ ପାଇଁ ଖୁସି ଖବର, ପୁଣି ଫେରିଲା ୧୪୯ ଏବଂ ୯୮ ପ୍ଲାନ୍‌

ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର। ରିଲାଏନ୍ସ ଜିଓ ଗ୍ରାହକଙ୍କୁ ଫାଇଦା ପହଞ୍ଚାଇବା ପାଇଁ ପୁଣି ଥରେ ୧୪୯ ପ୍ଲାନ୍‌ ଏବଂ ୯୮ ଲଞ୍ଚ କରିଛି। ସେହିପରି ଏୟାରଟେଲ, ଭଡାଫୋନ, ଆଇଡିଆ ମଧ୍ୟ ଗ୍ରାହକଙ୍କ ପାଇଁ ଅନ୍ୟ ନେଟଓ୍ଵାର୍କକୁ ଅନଲିମିଟେଡ କଲିଂ କରିବାର ସୁବିଧା ଯୋଗାଉଛି। ଏହାକୁ ନେଇ ପୁଣି ଥରେ ଟେଲିକମ୍‌ ବଜାରରେ ପ୍ରତିଯୋଗିତା ବଢିଯାଇଛି।
ଡିସେମ୍ବରରେ ଆରମ୍ଭରେ ହିଁ ଏହି ତିନି କମ୍ପାନୀ ଟାରିଫ ପ୍ଲାନ୍‌ର ମୂଲ୍ୟ ବୃଦ୍ଧି କରିଦେଇଥିଲେ। ଏହାଛଡା ଏହି କମ୍ପାନୀ କଲିଂରେ ମଧ୍ୟ ଏଫ୍‌ୟୁପି ଲିମିଟ୍‌ ଲଗାଇଦେଇଥିଲେ, ଯେଉଁଥିପାଇଁ ୟୁଜର୍ସଙ୍କୁ ଅଧିକ ପଇସା ଦେବାକୁ ପଡିଥିଲା। ଏବେ ଏହି ତିନି କମ୍ପାନୀ ବଜାରରେ ନୂଆ ମୂଲ୍ୟରେ ଅନେକ ରିଚାର୍ଜ ପ୍ଲାନ ଲଞ୍ଚ କରିଛନ୍ତି। ଆସନ୍ତୁ ଜାଣିବା ଜିଓର ୧୪୯ ଏବଂ ୯୮ ପ୍ଲାନରେ ଆପଣଙ୍କୁ କ’ଣ ସୁବିଧା ମିଳିବ ..

149

୧୪୯ ପ୍ଲାନ :

ଜିଓ ନିଜ ସହିତ ଅଧିକରୁ ଅଧିକ ଗ୍ରାହକଙ୍କୁ ଯୋଡିବା ପାଇଁ ଏହି ପ୍ଲାନ ପୁଣିଥରେ ବଜାରରେ ପ୍ରବେଶ କରାଇଛି। ୟୁଜର୍ସଙ୍କୁ ଏହି ପ୍ୟାକ୍‌ରେ ପ୍ରତିଦିନ ୧ ଜିବି ଡାଟା ସହିତ ଜିଓ-ଟୁ-ଜିଓ ଫ୍ରି ଅନଲିମିଡେଟ୍‌ କଲ୍‌ କରିବାର ସୁବିଧା ରହିଥିବା ବେଳେ ଅନ୍ୟ ନେଟଓ୍ଵାର୍କକୁ କଲ କରିବା ପାଇଁ ୩୦୦ ଏଫ୍‌ୟୁପି ମିନିଟ୍‌ର ସୁବିଧା ମିଳିବ। ଏହାଛଡା ୟୁଜର୍ସ ରିଲାଲପ୍ସ ଜିଓ ଆପ୍‌କୁ ମଧ୍ୟ ଫ୍ରିରେ ବ୍ୟବହାର କରିପାରିବେ। ଏହି ପ୍ୟାକ୍‌ରେ ବୈଧତା ମାତ୍ର ୨୪ ଦିନ ରହିବ।

jio

୯୮ ପ୍ଲାନ :

ଏହି ପ୍ୟାକ୍‌ରେ ୟୁଜର୍ସଙ୍କୁ ୨ ଜିନି ଡାଟା ସହ ୧୦୦ଟି ଏସ୍‌ଏମ୍‌ଏସ୍‌ କରିବାର ସୁବିଧା ମିଳିବ। ୟୁଜର୍ସ ଜିଓ-ଟୁ-ଜିଓ ଫ୍ରି ଅନଲିମିଡେଟ୍‌ କଲ କରିପାରିବେ। କିନ୍ତୁ ଅନ୍ୟ ନେଟଓ୍ଵାର୍କକୁ କଲ୍‌ କରିବା ପାଇଁ ଆଇୟୁସି ଚାର୍ଜ ଦେବାକୁ ପଡିବ। ଏହି ରିଚାର୍ଜ ପ୍ଲାନ ସମୟ ସୀମା ୨୮ ଦିନ ପର୍ଯ୍ୟନ୍ତ ରହିବ।

relianc-jio_

ଜିଓର ଅନ୍ୟ ପ୍ଲାନ :

ରିଲାଏନ୍ସ ଜିଓ ୬ ଡିସେମ୍ବର ଦିନ ୧୯୯ ଟ. ପ୍ଲାନ ଲଞ୍ଚ କରିଥିଲା। ଏହି ପ୍ୟାକ୍‌ରେ ୟୁଜର୍ସ ପ୍ରତିଦିନ ୧.୫ ଜିବି ଡାଟା ସହ ଜିଓ- ଟୁ- ଜିଓ ଅନଲିମିଡେଟ୍‌ କଲିଂ କରିପାରିବେ। ଏହାଛଡା ଅନ୍ୟ ନେଟଓ୍ଵାର୍କକୁ କଲ୍‌ କରିବା ପାଇଁ ୧୦୦୦ ମିନିଟ୍‌ ମିଳିବ। କିନ୍ତୁ ଏହି ପ୍ୟାକ୍‌ର ବୈଧତା ୨୮ ଦିନ ପର୍ଯ୍ୟନ୍ତ ରହିବ।
ସେହିପରି ୩୯୯ ଟ. ପ୍ଲାନରେ ୟୁଜର୍ସଙ୍କ ପ୍ରତିଦିନ ୧.୫ ଜିବି ଡାଟା (୮୪ ଜିବି ଡାଟା) ମିଳିବ। ଜିଓ-ଟୁ-ଜିଓ ଅନଲିମିଡେଟ୍‌ କଲ କରିପାରିବେ। ତା ସହିତ ଅନ୍ୟ ନେଟଓ୍ଵାର୍କକୁ କଲ୍‌ କରିବା ପାଇଁ ୨୦୦୦ ମିନିଟ୍‌ ମିଳିବ। ଏହାର ବୈଧତା ୫୬ ଦିନ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.