ବୈଜ୍ଞାନିକଙ୍କ ଚମତ୍କାର, ଘୁଷୁରୀ ଓ ମାଙ୍କଡକୁ ମିଶାଇ ତିଆରି କଲେ ନୂଆ ଜୀବ

ଚୀନର ବୈଜ୍ଞାନିକମାନେ ପୁଣିଥରେ ନିଜର ଟେକନିକ ଦ୍ୱାରା ସାରା ବିଶ୍ଵର ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ଏଥର ଚୀନର ବୈଜ୍ଞାନିକମାନେ ମାଙ୍କଡ଼ ଓ ଘୁସୁରୀଙ୍କର ଜିନରୁ ଏକ ନୂଆ ପ୍ରଜାତିର ପଶୁ ସୃଷ୍ଟି କରିଛନ୍ତି । ଏହାକୁ ମାଙ୍କଡ-ଘୁଷୁରୀ ପ୍ରଜାତି ବୋଲି ନାମ ଦିଆଯାଇଛି । ମିଡ଼ିଆ ରିପୋର୍ଟ ଅନୁଯାୟୀ ଘୁଷୁରୀର ଛୁଆଙ୍କ ଠାରୁ ନିଆଯାଇଥିବା ହାର୍ଟ, ଲିଭର ଓ ସ୍କିନରେ ମାଙ୍କଡ ମାନଙ୍କର ଟିସୁ ରଖାଯାଇଛି । ଘୁସୁରୀଙ୍କର ଏହି ଦୁଇଟି ଛୁଆ ଷ୍ଟେଟ ସେଲ ବା ପ୍ରଜନନ ଜୀବବିଜ୍ଞାନର ପ୍ରୟୋଗଶାଳାରେ ଜନ୍ମ ନେଇଥିଲେ କିନ୍ତୁ ଗୋଟିଏ ସପ୍ତାହ ମଧ୍ୟରେ ସେମାନଙ୍କର ମୃତ୍ୟୁ ହୋଇଯାଇଥିଲା ।

ଏହାସହ ପଢନ୍ତୁ ମୃତ୍ୟୁ ପୂର୍ବର ଅଜବ ଗନ୍ଧ, ଏହି ଯୁବତୀ ଶୁଙ୍ଘିକି କହିପାରନ୍ତି କାହାର ହେବାକୁ ଯାଉଛି ମୃତ୍ୟୁ

ସୂଚନା ଅନୁଯାୟୀ ବେଜିଙ୍ଗର ଷ୍ଟେଟ ସେଲର ପ୍ରମୁଖ ପ୍ରୟୋଗଶାଳା ଏବଂ ପ୍ରଜନନ ଜୀବବିଜ୍ଞାନର ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଏହା ସମ୍ପୂର୍ଣ୍ଣ ଭାବେ ମାଙ୍କଡ-ଘୁଷୁରୀଙ୍କର ପ୍ରଥମ ରିପୋର୍ଟ ଅଟେ । ଯେଉଁଥିରେ ପାଞ୍ଚଦିନର ପିଗଲେଟ ଭୃଣଠାରେ ମାଙ୍କଡର ସ୍ଟେମ କୋଷିକା ରଖାଯାଇଥିଲା । ଏହି ପରୀକ୍ଷାରୁ ଜଣା ପଡିଥିଲା ଯେ କୋଷିକାଗୁଡିକ କେଉଁଠି ସମାପ୍ତ ହୋଇଛି । ଯଦିଓ ଏବେ ପର୍ଯ୍ୟନ୍ତ ଜଣାପଡିନାହିଁ ଯେ ଦୁଇ ମାଙ୍କଡ-ଘୁଷୁରୀଙ୍କ ପ୍ରଜାତିର କାହିଁକି ମୃତ୍ୟୁ ହୋଇଥିଲା । ତେବେ ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଆଇବିଏଫ ପ୍ରକ୍ରିୟାରେ କୌଣସି ପ୍ରକାର ସମସ୍ୟା ଯୋଗୁଁ ଏମାନଙ୍କର ମୃତ୍ୟୁ ହୋଇଥାଇପାରେ ।

Image result for chinese-scientists-created-by-worlds-first-pig-monkey-hybrid

ଦୁଇବର୍ଷ ପୂର୍ବେ ସ୍ପେନିସ ବୈଜ୍ଞାନିକ ୟୁଆନ କାର୍ଲସ ଏପରି ଏକ ପ୍ରୟାସ କରିଥିଲେ ଯାହାକୁ ଆଗକୁ ବଢାଇବା ପାଇଁ ଚୀନର ତାଙ୍ଗ ହାଇ ଏବଂ ତାଙ୍କର ଟିମ ଏପରି ଏକ ପରୀକ୍ଷଣ ଆରମ୍ଭ କରିଥିଲେ । ସେମାନେ ଆନୁବଂଶିକ ରୂପେ ସଂଶୋଧିତ ମାଙ୍କଡ଼ କୋଷିକା ଗୁଡିକୁ ୪୦୦୦ରୁ ଅଧିକ ଘୁସୁରୀଙ୍କ ଭୃଣରେ ଛାଡି ଦେଇଥିଲେ । ଏହାପରେ ଜନ୍ମ ନେଇଥିବା ଘୁଷୁରୀ ପିଲାମାନଙ୍କଠାରେ ମାତ୍ର ଦୁଇଟି ହାଇବ୍ରିଡ଼ ପ୍ରଜାତି ଦେଖାଯାଇଥିଲା । ତେବେ ସେମାନଙ୍କର ହାର୍ଟ, ଲିଭର, ଫୁସଫୁସ ଏବଂ ସ୍କିନର କୋଷିକା ଗୁଡିକ ଆଂଶିକ ଭାବେ ମାଙ୍କଡର କୋଷିକା ସହ ମିଶି ସୃଷ୍ଟି ହୋଇଥିଲା ।

ସୂଚନା ଅନୁଯାୟୀ ୨୦୧୭ ମସିହା ଜାନୁଆରୀ ମାସରେ ସାକ ଇନଷ୍ଟିଚ୍ୟୁଟରେ ବୈଜ୍ଞାନିକମାନେ ମଧ୍ୟ ଏକ ମଣିଷ-ଘୁଷୁରୀ ଭୃଣ ପ୍ରସ୍ତୁତ କରିଥିଲେ କିନ୍ତୁ ୨୮ ଦିନପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.