Below header

ବିବାହ ପରେ ସ୍ତ୍ରୀଙ୍କ ସ୍କୁଟି ପଛରେ ବସି ରାଇଡ୍‌ର ମଜା ନେଲେ ଏହି କ୍ରିକେଟର

ଭାରତର ଘରୋଇ କ୍ରିକେଟ୍‌ ଷ୍ଟାର୍‌ ତଥା ଅଲ୍‌ରାଉଣ୍ଡର କୃଷ୍ଣପ୍ପା ଗୌତମ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ନିଜ ଗାର୍ଲଫ୍ରେଣ୍ଡ ଅର୍ଚ୍ଚନା ସୁନ୍ଦରଙ୍କ ହାତ ଧରିଛନ୍ତି।

ସୟଦ ମୁଶତାକ୍‌ ଅଲ୍ଲୀ ଟ୍ରଫିର ଟାଇଟଲ ମ୍ୟାଚ୍‌ରେ ଗୌତମ ଶେଷ ଓଭରରେ ବଢ଼ିଆ ବୋଲିଂ କରି ନିଜ ଟିମ୍‌ କର୍ନାଟକକୁ ଗୋଟିଏ ରନ୍‌ରେ ଜିତାଇଥିଲେ। ଗତବର୍ଷ ରାଜସ୍ଥାନ ରୟାଲ୍ସ କୃଷ୍ଣପ୍ପା ଗୌତମଙ୍କୁ ୬.୨ କୋଟି ଟଙ୍କାରେ ନିଜ ଟିମ୍‌ରେ ସାମିଲ କରିଥିଲା।

ଏହାସହ ପଢ଼ନ୍ତୁ: ଦକ୍ଷିଣ ଏସୀୟ କ୍ରୀଡ଼ାରେ ଓଡ଼ିଶାର ଝିଲିଙ୍କୁ ମିଳିଲା ସ୍ୱର୍ଣ୍ଣ ପଦକ

cr5

cr6

ତେବେ ବିବାହ ସମୟରେ ଏହି କପଲ ପରିବାର ଏବଂ ସାଙ୍ଗମାନଙ୍କ ସହ ଖୁବ୍‌ ମସ୍ତି କରିବା ସହ ସେଲ୍‌ଫି ମଧ୍ୟ ନେଇଥିଲେ। ଫଟୋଗୁଡ଼ିକୁ ଗୌତମ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଥିଲେ, ଯାହାକୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ। ଗୋଟିଏ ଫଟୋରେ ଅର୍ଚ୍ଚନା ସ୍କୁଟି ଚଲାଉଥିବା ବେଳେ ଗୌତମ ତାଙ୍କ ପଛରେ ବସି ରାଇଡ୍‌ର ମଜା ନେଉଥିବା ଦେଖିବାକୁ ମିଳିଥିଲା।

ଫଟୋ ଶେୟାର କରି ଗୌତମ ଲେଖିଛନ୍ତି, ‘ଆପଣ ସମସ୍ତଙ୍କୁ ଆମ ନୂଆ ଯାତ୍ରାରେ ସାମିଲ ହେବା ପାଇଁ ଧନ୍ୟବାଦ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.