ସାରା ରାଜ୍ଯରେ ଦେଖିବାକୁ ମିଳିଛି ଭାରତ ବନ୍ଦର ପ୍ରଭାବ, ଆନ୍ଦୋଳନରେ ବିଭିନ୍ନ ରାଜନୈତିକ ଦଳ ସହ ଚାଷୀ ସଙ୍ଗଠନ ସାମିଲ

ଭୁବନେଶ୍ୱର: ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଭାରତ ବନ୍ଦର ପ୍ରଭାବ । ଭୁବନେଶ୍ୱର ରେଳଷ୍ଟେସନ୍‌ ଓ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ରାସ୍ତା ରୋକ ସହ ପିକେଟିଂ କରାଯାଉଛି । କୃଷକଙ୍କ ବନ୍ଦକୁ ସମର୍ଥନ ଜଣାଇଛନ୍ତି କଂଗ୍ରେସ, ଆପ୍‌, ଏସ୍‌ପି, ବାମଦଳ ସମେତ ବିଭିିନ୍ନ ରାଜନୈତିକ ଦଳ । ବିଭିନ୍ନ ସ୍ଥାନରୁ ପୋଲିସ୍ ବିକ୍ଷୋଭକାରୀଙ୍କୁ ଉଠାଇ ନେଇଯାଉଥିବା ଦେଖିବାକୁ ମିଳିଛି।

bharat bandhସେହିପରି, ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ବନ୍ତ ଛକ, ଚରମ୍ପା, ଧାମନଗର ଛକ ଓ ଭଣ୍ଡାରୀପୋଖରୀଠାରେ ଜାତୀୟ ରାଜପଥ ଅବରୋଧ କରାଯାଇଛି । ରାସ୍ତା ଅବରୋଧ ଯୋଗୁ ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଛି । ବନ୍ଦ ଡାକରାକୁ ବିଭିନ୍ନ ରାଜନୈତିକ ଦଳ ସମର୍ଥନ କରୁଥିବା ବେଳେ ଭଦ୍ରକରେ କଂଗ୍ରେସ ଓ ବିଭିନ୍ନ ବାମ ଦଳ ପକ୍ଷରୁ ସହର ପରିକ୍ରମା କରି ପିକେଟିଂ କରାଯାଇଛି ।

strikeଅନ୍ଯପଟେ, ବରଗଡ଼ରେ ମଧ୍ୟ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ନୂତନ କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ଚାଲିଥିବା ଆନ୍ଦୋଳନରେ ବରଗଡ଼ ଚାଷୀ ସଙ୍ଗଠନ ସାମିଲ ହୋଇଛନ୍ତି । ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ବଜାର, ସରକାରୀ ଓ ବେସରକାରୀ ଅନୁଷ୍ଠାନକୁ ବନ୍ଦ କରାଯାଇଛି ।

ସୁନ୍ଦରଗଡ ଜିଲ୍ଲା ବଣାଇ ଅଞ୍ଚଳରେ ଭାରତ ବନ୍ଦ ପ୍ରଭାବ ଦେଖିବାକୁ ମିଳିଛି । ବଣାଇର ୧୪୩ନଂ ଓ ୫୨୦ନଂ ଜାତୀୟ ରାଜପଥର ବିଭିନ୍ନ ଅଞ୍ଚଳରେ ଟାୟାର ପକାଇ ରାସ୍ତ ଅବରୋଧ କରାଯାଇଛି । ଏହାକୁ ବଣାଇର ବିଭିନ୍ନ ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି ।

india bandhସେହିପରି, କାମାକ୍ଷାନଗର ଉପଖଣ୍ଡରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଭୁବନ କାଳିବଜାର ଛକରେ ଭୁବନ କୃଷକ ବିକାଶ ପରିଷଦ ପକ୍ଷରୁ ବନ୍ଦ ପାଳନ କରାଯାଇଛି । ଏହାକୁ କଂଗ୍ରେସ ଦଳ ସହ ଅନ୍ୟାନ୍ୟ ଦଳ ବି ସମର୍ଥନ କରିଛନ୍ତି ।

 

 

Leave A Reply

Your email address will not be published.