Below header

କଂଗ୍ରେସରେ ହୋଇଥିଲେ କୋଣ ଠେସା, ତେଣୁ ଦଳରୁ ଇସ୍ତଫା ଦେଇ ବିଜେପିରେ ମିଶିବେ ଏହି ତେଲୁଗୁ ଅଭିନେତ୍ରୀ

ତେଲେଙ୍ଗାନା ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷା ତଥା ପୂର୍ବତନ ସାଂସଦ, ଅଭିନେତ୍ରୀ ବିଜୟାଶାନ୍ତି ରବିବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସେ ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି । ତେବେ ଆଜି ବିଜେପିରେ ସାମିଲ ହେବେ ବିଜୟାଶାନ୍ତି।

ରିପୋର୍ଟ ମୁତାବକ, ପାର୍ଟି ଅଧ୍ୟକ୍ଷ ଜେପି ନଟ୍ଟାଙ୍କ ଉପସ୍ଥିତିରେ ବିଜେପିର ସଦସ୍ଯତା ଗ୍ରହଣ କରିପାରନ୍ତି। ତେଲୁଗୁ ଅଭିନେତ୍ରୀ ଖୁସୁବ କଂଗ୍ରେସ ଛାଡି ବିଜେପି ମିଶିବା ପରେ ବିଜୟାଶାନ୍ତି ଦ୍ବିତୀୟ ଅଭିନେତ୍ରୀ ଯିଏକି ବିଜେପିରେ ଯୋଗ ଦେଉଛନ୍ତି।

telugu actress

ଏହା ପୂର୍ବରୁ ବିଜୟାଶାନ୍ତି ତେଲେଙ୍ଗାନା ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷା ଥିଲେ । ତେବେ ସେ ଟିପିସିସିରୁ ଇସ୍ତଫା ଦେବା ସହିତ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ୨୦୧୯ ଲୋକସଭା ନିର୍ବାଚନରେ ତାଙ୍କୁ କଂଗ୍ରେସର ପ୍ରଚାର କମିଟି ଦାୟିତ୍ବ ଦିଆଯାଇଥିଲା । ଦଳ ପକ୍ଷରୁ ପର୍ଯ୍ୟାପ୍ତ ସହଯୋଗ ନିମିଳିବା ନେଇ ସେ ଅସନ୍ତୁଷ୍ଟ ଥିଲେ । ସାଧାରଣ ନିର୍ବାଚନ ପରେ ପରେ ସେ କଂଗ୍ରେସ ଦଳରୁ ନିଜକୁ ଦୂରେଇ ରଖିଥିଲେ । ସେ ପାର୍ଟିର କୌଣସି ସଭାସମିତିରେ ମଧ୍ୟ ଯୋଗ ଦେଉନଥିଲେ । ତେବେ ଦୀର୍ଘଦିନ ଧରି ଅସନ୍ତୁଷ୍ଟ ଥିବା ବିଜୟାଶାନ୍ତି ଶେଷରେ ରବିବାର ଦିନ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.