ଭିମସାର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଲେ ଅଶ୍ୱିନୀ ପୂଜାହାରୀ

ସମ୍ବଲପୁର (କେନ୍ୟୁଜ୍) : ଭିମସାର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଲେ ଅଶ୍ୱିନୀ ପୂଜାହାରୀ । ସେ ତାଙ୍କର ଇସ୍ତଫା ପତ୍ର ରାଜ୍ୟପାଳଙ୍କ ନିକଟକୁ ପଠାଇଦେଇଛନ୍ତି । ପୂର୍ବରୁ ତାଙ୍କୁ ବହିଷ୍କାର ଦାବିରେ ଭିମସାର ଜୁନିଅର ଡାକ୍ତର ସଂଘ ଆନ୍ଦୋଳନ ଚଳାଇଥିଲେ । ଏହା ପରେ ତାଙ୍କୁ ପରବର୍ତ୍ତୀ ଆଦେଶ ଯାଏଁ ଛୁଟିରେ ପଠାଯାଇଥିଲା । ଡାକ୍ତର ପୂଜାହାରୀଙ୍କ ବିରୋଧରେ କନିଷ୍ଠ ଡାକ୍ତର ସଂଘ ଆଣିଥିବା ୧୦ ଦଫା ଅଭିଯୋଗର ତଦନ୍ତ କରିଥିଲା ସ୍ୱାସ୍ଥ୍ୟ ବିଭାଗ । ଏହି ତଦନ୍ତରେ ନିର୍ଦ୍ଦେଶକ ପୂଜାହାରୀଙ୍କ ସର୍ଜରୀ ବ୍ୟବସ୍ଥାକୁ ଭୁଲ ବୋଲି ଦର୍ଶାଯାଇଥିବାବେଳେ ଲୁଣ ଚିକିତ୍ସାକୁ ମଧ୍ୟ ତଦନ୍ତକାରୀ କମିଟି ଗ୍ରହଣ କରି ନଥିଲେ । ତଦନ୍ତକାରୀ କମିଟିର ଏହି ରିପୋର୍ଟ ଆଧାରରେ ଡାକ୍ତର ପୂଜାହାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ଏହାପରେ ଡାକ୍ତର ଅଶ୍ୱିନୀ ପୂଜାହାରୀ ଆଜି ଭିମସାର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.