Below header

ଆସନ୍ତାକାଲିଠୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ

କେନ୍ଦ୍ରାପଡ଼ା : ବଉଳା କୁମ୍ଭୀର ପ୍ରଜନନ ପାଇଁ ୩ ମାସ ହେଲା ଜାତୀୟ ଉଦ୍ୟାନ ପର୍ୟ୍ୟଟକଙ୍କ ପାଇଁ ବନ୍ଦ ଥିଲା । ଆସନ୍ତାକାଲି ଭିତରକନିକା ଖୋଲୁଥିବାରୁ ପର୍ୟ୍ୟଟକ ଉତ୍ସାହିତ ଅଛନ୍ତି । ଭିତରକନିକା ଜାତୀୟ ଉଦ୍ୟାନରେ ପରିଭ୍ରମଣ ପାଇଁ ସରକାରୀ ବୋଟ ଥିବା ବେଳେ ବେସରକାରୀ ବୋଟର ଫିଟନେସ୍ ସହ ସମସ୍ତ କାଗଜ ପତ୍ର ଯାଞ୍ଚ କରାଯାଇ ଅନୁମତି ଦିଆଯିବ । ସେହିପରି ପର୍ୟ୍ୟଟକଙ୍କ ବୁଲିବା ପାଇଁ ଗୁପ୍ତି, ଡାଙ୍ଗମାଳ, ଚାନ୍ଦବାଲି ପ୍ରବେଶ ପଥ ଭାବେ ସ୍ଥିର ହୋଇଥିବା ବେଳେ ରାତ୍ର ରହଣୀ ପାଇଁ ଅନଲାଇନରେ ବୁକିଂ ବ୍ୟବସ୍ଥା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.