Below header

ମାଆ ସାଜିଲା ରାକ୍ଷସୀ : ୯ ମାସର ଶିଶୁକନ୍ୟାକୁ ପୋଡିବା ପରେ କଲା ଆତ୍ମହତ୍ୟା

ବାରିପଦା : ମାଆ ଭୁଲିଗଗଲା ମମତା। ୯ ମାସର ଶିଶୁକନ୍ୟାକୁ ପୋଡି ମାରିଲା ମାଆ। ଶିଶୁକୁ ମାରିବା ପରେ ଆତ୍ମହତ୍ୟା କଲା ମାଆ। ବାରିପଦା ସଦର ଥାନା ଜୟବିଲ୍ଲା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ପାରିବାରିକ କଳହରୁ ଏପରି ଘଟିଥିବା ସନ୍ଦେହ କରାଯାଉଛି। ମୃତକ ଜଣକ ସୁନାରାମ ସିଂଙ୍କ ସ୍ତ୍ରୀ ଠାକୁରମଣୀ ସିଂ। ମହିଳା ଜଣକଙ୍କର ମସ୍ତିଷ୍କ ବିକୃତ ଥିବା ସ୍ୱାମୀ କହିଛନ୍ତି।

ଗତକାଲି ଠାକୁରମଣୀ ହତାଠ୍ ଶିଶୁ କନ୍ୟାକୁ ପୋଡିବା ପରେ ନିଜ ଦେହରେ ନିଆଁ ଲଗାଇଦେଇଥିଲେ। ପରିବାରଲୋକେ ଦୁଇଜଣଙ୍କୁ ତୁରନ୍ତ ବାରିପଦା ମେଡିକାଲରେ ଭର୍ତ୍ତି କରିଥିଲେ। ଶିଶୁ କନ୍ୟାର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ମାଆର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ତଦନ୍ତ ପରେ ପ୍ରକୃତ କାରଣ ଜଣାପଡିବ ବୋଲି ସଦର ଥାନା ଆଇଆଇସି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.