ଟ୍ରୋଲରଙ୍କ ମୁହଁତୋଡ଼ ଜବାବ ଦେଲେ ଅଭିନେତ୍ରୀ ତାପସି

ମୁମ୍ବାଇ :ସୋସିଆଲ ମିଡ଼ିଆ ଏବେ ଏପରି ଏକ ପ୍ଲାଟଫର୍ମ ପାଲଟିଛି ଯେଉଁଠାରେ ଯିଏ ଯାହା ଚାହୁଁଛି ମନ ଖୋଲି କହୁଛି। ଏଥି ଅନ୍ତର୍ଗତ ନିକଟରେ ସୋସିଆଲ ମିଡିଆରେ ଟ୍ରୋଲ ହୋଇଥିଲେ ଅଭିନେତ୍ରୀ ତାପସି ପନୁ । କିନ୍ତୁ ତାପସି ଚୁପ ନ ବସି ଟ୍ରୋଲରଙ୍କୁ ଦେଇଛନ୍ତି ମୁହଁତୋଡ଼ ଜବାବ । ଜଣେ ଟ୍ଵିଟର ୟୁଜର ସିନେମା ସୁରମା ଦେଖିଲା ପରେ ଲେଖିଛନ୍ତି “ତାପସି ପନ୍ନୁ ବଲିଉଡର ସବୁଠୁ ଖରାପ ଦେଖାଯାଉଥିବା ଅଭିନେତ୍ରୀ । ଆଶା କରୁଛି ତାଙ୍କୁ ମୁଁ ପୁଣି ଥରେ ନଦେଖେ । ଦୁଇ ତିନୋଟି ଫିଲ୍ମ ପରେ ସେ ବଲିଉଡରୁ ଆଉଟ୍ ହୋଇଯିବେ” । ୟୁଜରଙ୍କ ଏହି କମେଣ୍ଟ ଦେଖି ତାପସି ସାଙ୍ଗେ ସାଙ୍ଗେ ଟ୍ଵିଟ୍ କରି ତାଙ୍କୁ ଜବାବ ଦେଇଥିଲେ । ତାପସି ଲେଖିଛନ୍ତି “ମୁଲକ, ମନମର୍ଜିୟା ଓ ବଦଲା ଭଳି ଦୁଇ ତିନୋଟି ଫିଲ୍ମରେ କାମ କରିସାରିଛି । କ୍ଷମା କରିବେ ମୋ ପାଇଁ ଆପଣ ନିରାଶ ହେବେ କିନ୍ତୁ ଏହା ସହ ମୁଁ ଆଉ ଦୁଇଟି ଫିଲ୍ମ ବି ସାଇନ୍ କରିସାରିଛି” ।

ଅଗଷ୍ଟ ୩ରେ ତାପସିଙ୍କ ଅଭିନୀତ ଫିଲ୍ମ ‘ମୁଲକ’ ରିଲିଜ ହେବ। ଏହା ସହ ଅଭିଷେକ ବଚ୍ଚନଙ୍କ ସହ ‘ମନମର୍ଜିୟା’ ଫିଲ୍ମରେ ମଧ୍ୟ ନଜର ଆସିବେ ସେ । ଯାହାର ସୁଟିଂ ସଂପୂର୍ଣ୍ଣ ଶେଷ ହୋଇଥିବା ବେଳେ ନିକଟରେ ରିଲିଜ ହୋଇଥିଲା ତାହାର ପୋଷ୍ଟର । ‘ଚସମେ ବଦୁର’ ଫିଲ୍ମରୁ ବଲିଉଡରେ ଡେବ୍ୟୁ କରିଥିବା ତାପସିଙ୍କୁ ୨୦୧୬ରେ ରିଲିଜ ହୋଇଥିବା ‘ପିଙ୍କ’ରୁ ବଲିଉଡରେ ଲୋକପ୍ରିୟତା ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.