Below header

ରାଜଧାନୀରେ ବଢୁଛି ହକି କଳେବର

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିଅମ ପରେ ଏବେ କିଟ୍ ହକି ଷ୍ଟାଡିଅମକୁ ମିଳିଛି ଏଫ.ଆଇ.ଏଚ୍ ମାନ୍ୟତା । ସମ୍ପୂର୍ଣ୍ଣ ଇଣ୍ଟର ନ୍ୟାସନାଲ୍ ଷ୍ଟାଣ୍ଡାର୍ଡରେ ତିଆରି ହୋଇଛି ଆଷ୍ଟ୍ରୋଟର୍ଫ । ଆଗାମୀ ବିଶ୍ୱକପ ହକି ସମୟରେ ଏହି ଷ୍ଟାଡିଅମକୁ ଅଭ୍ୟାସ ଭେନ୍ୟୁ ଭାବେ ବ୍ୟବହାର ପାଇଁ ନେଦରଲ୍ୟାଣ୍ଡ ଟିମ୍ ପ୍ରସ୍ତାବ ଦେଇଛି ।

ଆଗକୁ ବିଶ୍ୱକପ ହକି । ଟୁର୍ଣ୍ଣାମେଣ୍ଟ ପାଇଁ ଆରମ୍ଭ ହେଲାଣି କାଉଣ୍ଟଡାଉନ୍ । ଏମଧ୍ୟରେ ଭୁବନେଶ୍ୱରକୁ ମିଳିଛି ଆଉ ଏକ ସଫଳତା । କିଟ୍ ବିଶ୍ୱ ବିଦ୍ୟାଳୟରେ ନୂଆ କରି ପ୍ରସ୍ତୁତ ହକି ଷ୍ଟାଡିଅମକୁ ମିଳିଛି ଏଫ ଆଇ ଏଚ୍ ମାନ୍ୟତା । ବିଶେଷଜ୍ଞ ଦଳ ଯାଞ୍ଚ କରି ଯିବା ପରେ ଏହି ମାନ୍ୟତା ପ୍ରଦାନ କରିଛି ଏଫ ଆଇ ଏଚ୍ ।

କିଟ୍ ହକି ଷ୍ଟାଡିଅମରେ ସମ୍ପୂର୍ଣ୍ଣ ଅନ୍ତର୍ଜାତୀୟ ମାନର ହକି ଭିତ୍ତିଭୂମି ଉପଲବ୍ଧ ରହିଛି। ଆଗାମୀ ବିଶ୍ୱକପ ସମୟରେ ଏହି ଷ୍ଟାଡିଅମକୁ ଅଭ୍ୟାସ ଭେନ୍ୟୁ ଭାବେ ବ୍ୟବହାର କରିବା ପାଇଁ ପ୍ରସ୍ତାବ ଦେଇଛି ନେଦରଲ୍ୟାଣ୍ଡ ହକି ଟିମ୍। ଯାହାକୁ ଗ୍ରହଣ କରିଛନ୍ତି କିଟ୍ କର୍ତ୍ତୃପକ୍ଷ । ଏହାବାଦ୍ ଅନ୍ୟ ଦଳ ମଧ୍ୟ ଏଠି ଅଭ୍ୟାସ କରିବେ ବୋଲି ଖବର ରହିଛି।

ପୂର୍ବରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ କେବଳ ୨ଟି ଆଷ୍ଟ୍ରୋଟର୍ଫ ଉପଲବ୍ଧ ଥିଲା । ଏବେ କିସ୍ ଛାତ୍ରଛାତ୍ରୀଙ୍କ ପାଇଁ ନିର୍ମାଣ କରାଯାଇଥିବା ଏହି ଟର୍ଫକୁ ବିଶ୍ୱ ହକି ସଂଘ ମାନ୍ୟତା ଦେବା ପରେ ଅଧିକ ଜାତୀୟ ପ୍ରତିଯୋଗିତା ଭୁବନେଶ୍ୱରରେ ହେବା ସମ୍ଭାବନା ସୃଷ୍ଟି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.