ସାନ୍ତାଳୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ ବନ୍ଦ

ମୟୂରଭଞ୍ଜ : ସାନ୍ତାଳୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ଆଜି ୧୨ ଘଣ୍ଟିଆ ବାରିପଦା ବନ୍ଦ । ଆଦିବାସୀ ରିଭୋଲ୍ୟୁସ୍ନାରୀ ୟୁଥ ଆଣ୍ଡ ଷ୍ଟୁଡେଣ୍ଟ ଆସୋସିଏସନ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି । ଏହାକୁ ସମର୍ଥନ ଜଣାଇଛି ଆଦିବାସୀ ଷ୍ଟୁଡେଣ୍ଟ ଆସୋସିଏସନ । ଦୋକାନ ବଜାର, ଗାଡ଼ି ମୋଟର ଚଳାଚଳ, ସବୁ ସରକାରୀ ଓ ବେସରକାରୀ ଅଫିସ ବନ୍ଦ ରଖିବାକୁ ଆହ୍ଵାନ ଦିଆଯାଇଛି । ସାନ୍ତାଳୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ସାଙ୍ଗକୁ ସାନ୍ତାଳୀ ତାଲିମ କେନ୍ଦ୍ର ସ୍ଥାୟୀ ଗୃହ ନିର୍ମାଣ, ସାନ୍ତାଳୀ ଭାଷାରେ ପୁସ୍ତକ ପ୍ରକାଶ ପାଇଁ ଦାବି କରାଯାଇଛି । ଓପେପା ପକ୍ଷରୁ ଆରମ୍ଭ ହୋଇଥିବା ଉଜ୍ଜ୍ୱଳ କାର୍ୟ୍ୟକ୍ରମରେ ଓଡ଼ିଆ, ଇଂରାଜୀ ଓ ଗଣିତକୁ ସାମିଲ କରାଯାଇଥିବା ବେଳେ ସାନ୍ତାଳୀ ଭାଷା ବାଦ ପଡ଼ିଛି । ଏଥିପାଇଁ ଉଜ୍ଜ୍ୱଳ କାର୍ୟ୍ୟକ୍ରମରେ ସାନ୍ତାଳୀ ଭାଷାକୁ ସାମିଲ କରିବାକୁ ଦାବି ଜୋର ଧରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.