ଆଜିଠାରୁ ପୁଣି ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ରାଜନଗର: ଆଜିଠାରୁ ପୁଣି ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ। କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ।

ଅନ୍ୟପଟେ ଭିତରକନିକା ବୁଲିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସିଥିବାବେଳେ ଗତକାଲି ଇକୋ ରିଟ୍ରିଟ୍‌ରେ ରାତ୍ରି ଯାପନ କରିଛନ୍ତି। ଆଜି ସକାଳ ୮ଟା ୩୦ରେ ଭିତରକନିକାକୁ ପ୍ରବେଶ କରିବେ କେନ୍ଦ୍ରମନ୍ତ୍ରୀ। କୁମ୍ଭୀର ଗଣନା ପାଇଁ ପର୍ଯ୍ୟଟକଙ୍କ ପାଇଁ ୯ ଦିନ ଧରି ବନ୍ଦ ରହିଥିଲା ଜାତୀୟ ଉଦ୍ୟାନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.