ଆସନ୍ତା କାଲିଠାରୁ ଖୋଲୁଛି ଭିତରକନିକା ଜାତୀୟ ଉଦ୍ୟାନ, କେବଳ ଭିଭିଆଇପିଙ୍କ ପାଇଁ ପ୍ରବେଶ ଅନୁମତି

କେନ୍ୟୁଜ୍(ବ୍ୟୁରୋ):ଆସନ୍ତା କାଲିଠାରୁ ଖୋଲୁଛି ଭିତରକନିକା ଜାତୀୟ ଉଦ୍ୟାନ। କିନ୍ତୁ ଏଥିରେ ଖୁସି ହେବାର କିଛି ନାହିଁ । କାରଣ କେବଳ ଭିଭିଆଇପିଙ୍କ ପାଇଁ ଖୋଲୁଛି ଏହି ଉଦ୍ୟାନ। କୋରନା ମାହାମାରୀ ପାଇଁ ମାର୍ଚ୍ଚ ୧୩ ତାରିଖରୁ ଭିତରକନିକା ଜାତୀୟ ଉଦ୍ୟାମ କୁ ବନ୍ଦ ରଖାଯାଇଥିଲା । ପ୍ରାୟ ୭ ମାସ ପରେ ଅକ୍ଟୋବର ୧ ତାରିଖ ରୁ ପର୍ଯ୍ୟଟକ ମାନଙ୍କ ପାଇଁ ଭିତରକନିକା ଖୋଲିବା ପାଇଁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । କୋରନା ମାହାମାରୀ କୁ ଆଖି ଆଗରେ ରଖି ଦିନରେ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ । କେବଳ ଡାଙ୍ଗମାଳରେ ରାତ୍ରୀଯାପନ କରିବାକୁ ଇଛୁକ ଥିବା ପର୍ଯ୍ୟଟକଙ୍କୁ ଭିତରକନିକା ପରିଭ୍ରମଣର ସୁଯୋଗ ମିଳିବ ବୋଲି ରାଜନଗର ବନଖଣ୍ଡ ଅଧିକାରୀ ବିକାଶ ରଞ୍ଜନ ଦାସ ସୂଚନା ଦେଇଛନ୍ତି । କେବଳ ରାତ୍ରି ଯାପନ ପାଇଁ ରୁମ୍ ବା କଟେଜ ବୁକିଂ କରିଥିବା ପର୍ଯ୍ୟଟକ ଙ୍କୁ ବୁଲିବାକୁ ଓ ରହିବାକୁ ଅନୁମତି ମିଳିବ । ଗୁପ୍ତି ଓ ହବାଳିଖଟିରେ ଥିବା କଟେଜ ବୁକିଂ କରାଯିବ ନାହିଁ । ଡାଙ୍ଗମାଳ ଠାରେ ଥିବା ୧୬ଟି କଟେଜରେ ପର୍ଯ୍ୟଟକଙ୍କୁ ରହିବାର ସୁବିଧା ମିଳି ପାରିବ । ୧୬ଟି କଟେଜରେ ସର୍ବାଧିକ ୩୬ଜଣ ପର୍ଯ୍ୟଟକ ରାତ୍ରି ଯାପନ କରିପାରିବେ । ଏବଂ ପର୍ଯ୍ୟଟକ ମାନେ ଇକୋ ଟୁର ଓଡିଶା ଡଟ୍ କମ୍ ରେ ଅନ୍ ଲାଇନରେ ରୁମ୍ ବୁକିଂ କରି ପାରିବେ । ଅନ୍ୟ ପର୍ଯ୍ୟଟକ ମାନଙ୍କୁ ଭିତରକନିକାକୁ ସମ୍ପୁର୍ଣ୍ଣ ବାରଣ କରାଯାଇଛି ।

ଅପରପକ୍ଷରେ କୋରନା ମହାମାରୀ ପାଇଁ ଭିତରକନିକା ବନ୍ଦ ଥିବାରୁ ଭିତରକନିକା ଉପରେ ନିର୍ଭର କରି ଚଳୁଥିବା ବୋଟ ମାଲିକ ଙ୍କ ଠାରୁ ଆରମ୍ଭ କରି ବୋଟ ଚାଳକ ଏବଂ ହୋଟେଲ ଓ ଛୋଟ ବଡ ବ୍ୟବସାୟୀ ମାନେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଅଭାବୀ ପରିବାର ଅଭାବ ଅନାଟନ ଭିତରରେ ଚଳୂଥିବା ବେଳେ ସରକାରଙ୍କ ଏଭଳି ନିଷ୍ପତି ବ୍ୟବସାୟୀ ମାନଙ୍କ ଚିନ୍ତା ବଢାଇ ଦେଇଛି । ଏପରି ସ୍ଥିତିରେ ରାତ୍ରି ଯାପନ ପାଇଁ ୩୫ଶହ ଟଙ୍କା ରୁ ଆରମ୍ଭ କରି ସର୍ବାଧିକ ୬ ହଜାର ପର୍ଯ୍ୟନ୍ତ ରହିଛୀ ଯାହା ବଡ ବଡିଆ ପର୍ଯ୍ୟଟକ ମାନଙ୍କୁ କେବଳ ସୁହାଉଥିବା ଅଭିଯୋଗ ହୋଇଛି । ସରକାର କୋରନା କଟକଣା ମଧ୍ୟରେ ପୁର୍ଣ୍ଣବିଚାର କରି ଯେଉଁଭଳି ଭାବେ ସମସ୍ତ ପର୍ଯ୍ୟଟକ ଭିତରକନିକା ବୁଲିପାରିବେ ସେନେଇ ବ୍ୟବସ୍ଥା କରିବା ପାଇଁ ବୁଦ୍ଧିଜିବୀ ମାନେ ଦାବୀ କରିଛନ୍ତି ।

Leave A Reply

Your email address will not be published.