ଏ ହେଉଛି ଆମେରିକାର ‘ସ୍ମିଥ କଲେଜ’, ଏଠି କେବଳ ବିଫଳ ଛାତ୍ରଛାତ୍ରୀଙ୍କୁ ହିଁ ମିଳିଥାଏ ଆଡମିଶନ, ଜାଣନ୍ତୁ ଏହାର ଖାସିୟତ

ଆଜିକାଲି ଅନେକ ଛାତ୍ରଛାତ୍ରୀ ବିଦେଶ ଯାଇ ପାଠ ପଢ଼ୁଛନ୍ତି। ଆଉ କିଛି ଛାତ୍ରଛାତ୍ରୀ ନିଜ ଦେଶରେ ହିଁ ରହି ନାଁ ଉଜ୍ଜ୍ୱଳ କରିବାକୁ ଚାହୁଁଛନ୍ତି। କିନ୍ତୁ ଆଜି ଆମେ ଏମିତି ଏକ କଲେଜ ବିଷୟରେ କହିବାକୁ ଯାଉଛୁ, ଯେଉଁଠି କେବଳ ଫେଲ ଛାତ୍ରଛାତ୍ରୀଙ୍କୁ ହିଁ ଆଡମିଶନ ମିଳିଥାଏ। ଆମେରିକାରେ ଥିବା ଏହି କଲେଜର ନାଁ ‘ସ୍ମିଥ କଲେଜ’।
ଏହି କଲେଜ Massachusetts University ସହ ଯୋଡ଼ି ହୋଇ ରହିଛି। ଏହି କଲେଜରେ ଫେଲ ଛାତ୍ରମାନଙ୍କ ପାଇଁ ବିଶେଷ କୋର୍ସ ବା ପାଠ୍ୟକ୍ରମ ଚାଲୁ ରହିଥାଏ, ଯାହାର ନାଁ ‘Feeling Well’। ଯେଉଁ ଛାତ୍ରଛାତ୍ରୀ ଫେଲ ହେବା ପରେ ନିଜ ଭବିଷ୍ୟତକୁ ନେଇ ଚିନ୍ତିତ ରୁହନ୍ତି, ସେମାନେ ସମସ୍ତଙ୍କୁ ଏହି କୋର୍ସ ସହାୟତା କରିଥାଏ।
ଏହାଛଡ଼ା ସେମାନଙ୍କୁ ଆଗକୁ ବଢ଼ିବାକୁ ତଥା ସେମାନଙ୍କ ଜୀବନର ସମ୍ଭାବନା ବିଷୟରେ ମଧ୍ୟ କୁହାଯାଇଥାଏ। ତେବେ ଏହି ପାଠ୍ୟକ୍ରମର ଆଉ ଏକ ବିଶେଷତ୍ୱ ହେଉଛି, ଆପଣ ଯେଉଁ ବୟସର ହୋଇଥାନ୍ତୁ ନା କାହିଁକି, ଆପଣଙ୍କୁ ଏଠାରେ ଆଡମିଶନ ମିଳିଯାଇଥାଏ।
କଲେଜର ଖାସିୟତ
ଏଠାରେ ଆଡମିଶନ ନେବା ପାଇଁ କେବଳ ଏହା କହିବାକୁ ପଡ଼ିଥାଏ ଯେ ଆପଣ କେଉଁ ଫିଲଡରେ ଫେଲ ହୋଇଛନ୍ତି। କୌଣସି ସମ୍ପର୍କରେ ନା ପାଠପଢ଼ାରେ ନା ଅନ୍ୟ କୌଣସି କ୍ଷେତ୍ରରେ। ଏହାପରେ ଆପଣଙ୍କୁ ଏଠାରେ ସିଟ ମିଳିଯାଇଥାଏ। ଆପଣ ଯେପରି ନିଜ ଜୀବନର ସମସ୍ୟାରୁ ମୁକୁଳିପାରିବେ, ତାହାର ଉପାୟ ଏଠି କୁହାଯାଇଥାଏ। ଏହି କୋର୍ସ ଶେଷ କରିବା ପରେ ଆପଣଙ୍କୁ ଏଠାରୁ ସାର୍ଟିଫିକେଟ ମଧ୍ୟ ମିଳିଯାଇଥାଏ।