N‌-95 ମାସ୍କରେ ୪୦ ଗ୍ରାମ୍‌ ସୁନା ଲୁଚାଇ ନେଉଥିଲେ ବ୍ୟକ୍ତି, ବିମାନବନ୍ଦରରେ ଧରାପଡ଼ିଲେ; ଦେଖନ୍ତୁ ଭିଡିଓ

କରୋନା ସଂକ୍ରମଣ ରୋକିବା ପାଇଁ ବ୍ୟବହାର କରାଯାଉଥିବା ମାସ୍କକୁ ଏବେ ସ୍ମଗଲରମାନେ ସୁନା ଚାଲାଣ ପାଇଁ ବ୍ୟବହାର କରୁଛନ୍ତି। ଆଜି ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। କେରଳରେ ଜଣେ ବ୍ୟକ୍ତି ନିଜ ଏନ୍‌ ୯୫ ମାସ୍କରେ ୪୦ ଗ୍ରାମ୍‌ ସୁନା ଚୋରାରେ ନେଉଥିବା ବେଳେ କୋଝିକୋଡେ ଅନ୍ତର୍ଜାତୀୟ ବିମାନବନ୍ଦରରେ ଧରାପଡ଼ିଛି। ଉକ୍ତ ବ୍ୟକ୍ତି ଜଣକ ୟୁଏଇରୁ ଆସିଥିବା ଜଣାଯାଇଛି।

ରିପୋର୍ଟ ମୁତାବକ ଚାଲାଣ ହେଉଥିବା ସୁନାର ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ। ଧରାପଡ଼ିଥିବା ବ୍ୟକ୍ତିଙ୍କ ନାଁ ଅମ୍ମାର ଓ ସେ କର୍ଣ୍ଣାଟକର ଭଟ୍ଟକାଲର ବୋଲି ଜଣାପଡ଼ିଛି। ସେ ନିଜ ଏନ୍‌ ୯୫ ମାସ୍କର ନିଃଶ୍ୱାସ ନେବା ପାଇଁ ଥିବା ଫାଙ୍କା ସ୍ଥାନରେ ସୁନା ରଖିଥିଲେ। ବିମାନବନ୍ଦର ଅଧିକାରୀଙ୍କୁ ତାଙ୍କ ହାବଭାବ ଦେଖି ସନ୍ଦେହ ହେବାରୁ ସେ ତାଙ୍କୁ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ମାସ୍କ ଖୋଲି ଦେଖିବାରୁ ସେଥିରେ ସୁନା ଥିଲା।

ଦେଖନ୍ତୁ ଭିଡିଓ:

ସୂଚନାଯୋଗ୍ୟ ଯେ ସେପ୍ଟେମ୍ବର ମାସ ଆରମ୍ଭରେ ମଧ୍ୟରେ ରାଜ୍ୟରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିଲା। ସେତେବେଳେ ବିମାନବନ୍ଦରରୁ ୩୦ ଲକ୍ଷ ଟଙ୍କାର ସୁନା ଜବତ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.